ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ଢେ଼ଙ୍କାନାଳ/ଓଡ଼ାପଡ଼ା (ମ ସୀ ହା) ୨୬/୧୨_ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଓଡାପଡା ବ୍ଲକର ମା’ ଦଶଦେବୀ ପୀଠ ଠାରେ ବିଜୁ ଜନତାଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୂଖ୍ଯମନ୍ତ୍ରୀ କରିବା ଏବଂ ବିଜୁ ଜନତା ଦଳର ସଙ୍ଗଠନ କୁ ସୁଦୃଢ କରିବାକୁ ଶପଥଗ୍ରହଣ କରାଯାଇଥିଲା। ତତ୍ ସହ ବିଜୁ ଜନତା ଦଳର ଉନ୍ନୟନ ମୂଳକ କାର୍ଯ୍ୟ ଧାରା ସୂଚନା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଗଲା l ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଓ ଓଡ଼ାପଡ଼ା ବ୍ଲକ୍ ଅଧ୍ୟକାର୍ଯ୍ୟ ଅଧ୍ୟକ୍ଷା ସସ୍ମିତା ମହାନ୍ତି ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି, ବିଜେଡି କର୍ମୀ ଓ ମହିଳା , ଛାତ୍ର ଯୋଗ ଦେଇଥିଲେ lଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ ବାର୍ତ୍ତା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନେଇ ଏଠାରେ ଆଲୋଚନା କରାଯାଇଥିଲା।