ସିଦ୍ଧେଶ୍ବର ମହାବିଦ୍ଯାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ
ବସ୍ତା ,୨୦।୧: ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ ସ୍ଥିତ ସିଦ୍ଧେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଛି।ଅଧ୍ୟକ୍ଷା ରିତା ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ଯିକ ଡ଼. ବିପିନ ବିହାରୀ ବିଶ୍ବାଳ,ସମ୍ମାନିତ ଅତିଥି ପ୍ରାଧ୍ୟାପକ ଡ. ମାନସ ରଞ୍ଜନ ସାମଲ,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଘୋଷ,ଅଧ୍ୟାପକ ହୃଦୟ ରଞ୍ଜନ ବେହେରା,+୩ ନୋଡ଼ାଲ ଅଫିସର ରୁବିରାଣୀ ଦାଶ ଓ +୨ ନୋଡ଼ାଲ ଅଫିସର ସିଦ୍ଧାର୍ଥ ବରାଳ ପ୍ରମୁଖ ମଞ୍ଚାସୀନ ରହି ସଂସ୍କୃତିର ବିକାଶରେ ଜାତିର ବିକାଶ ହୁଏ ଏବଂ ଓଡ଼ିଆ ଭାଷା ଆମି ସଂସ୍କୃତି ସହ ଜଡ଼ିତ ବୋଲି ମତବ୍ୟକ୍ତ କରିଥିଲେ।ପ୍ରାଧ୍ୟାପକ ଡ.ବେଣୁଧର ବେହେରା ସ୍ବାଗତ ସମ୍ଭାଷଣ ଓ ମଞ୍ଚ ଆହ୍ବାନ କରିଥିବା ବେଳେ ଅଧ୍ୟାପିକା ସନ୍ତୋଷୀନି ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ଛାତ୍ରଛତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିବା କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରଷ୍କାର ବିତରଣ କରାଯାଇଥିଲା।ଅଧ୍ୟାପକ ଆନନ୍ଦ କୁମାର ପାତ୍ର ସମାପ୍ତି ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।