ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ମୃତ୍ୟୁ ଶତବାର୍ଷିକୀ ଅବସରରେ ଆଲୋଚନା ସଭା
ରାଉରକେଲା /ବିଶ୍ଵ ସର୍ବହରା ଶ୍ରେଣୀର ମହାନାୟକ,ଋଷ ବିପ୍ଳବ ର ରୂପକାର, ବିଶ୍ଵର ପ୍ରଥମ ସମାଜବାଦୀ ରାଷ୍ଟ୍ର ଋଷ ର ନିର୍ମାତା, ମହାନ୍ ବିପ୍ଳବୀ , ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ୍ ଭି ଆଇ ଲେନିନ୍ ଙ୍କ ମୃତ୍ୟୁ ଶତବାର୍ଷିକୀ ଆଜିଠାରୁ ବର୍ଷ ତମାମ ସଭା ସମିତି ମାଧ୍ୟମରେ ପାଳନ କରିବା ପାଇଁ ସି ପି ଆଇ ଏମ୍ କେନ୍ଦ୍ର କମିଟି ଡାକରା ଦେଇଥିବା ବେଳେ ଆଜି ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଶକ୍ତିନଗର ଜିଲ୍ଲା ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବପ୍ରଥମେ ଲେନିନ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ପାର୍ଟି ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ମୂଖ୍ୟ ବକ୍ତା ଭାବରେ ବକ୍ତବ୍ୟ ରଖି କହିଥିଲେ ଯେ ଲେନିନ ଋଷ ରେ ମାର୍କସବାଦ କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିଥିଲେ। ମାର୍କସବାଦ ର ଜଣେ ମହାନ୍ ତତ୍ତ୍ଵବିତ୍ ଭାବରେ ବିଶ୍ଵରେ ସର୍ବହରା ବିପ୍ଳବ ପାଇଁ ଲେନିନ୍ ଙ୍କ ଅବଦାନ ଅବିସ୍ମରଣୀୟ। ଲେନିନ୍ ୨୨ ଏପ୍ରିଲ ୧୮୭୦ ରେ ଜନ୍ମଗ୍ରହଣ କରିଥିଲେ। ରୁଷ ରେ ବଲସେଭିକ ପାର୍ଟି ର ନେତ୍ବତ୍ବ ନେଇ ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ ଯେଉଁ ବିପ୍ଲବ କରିଥିଲେ ତାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ରୁଷ ବିପ୍ଲବ ସାମ୍ରାଜ୍ୟବାଦ ଓ ପୁଂଜିବାଦ ବିରୋଧରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଖୋରାକ ଯୋଗାଇଥିଲା। ଏହି ବିପ୍ଲବ ପରେ ସମଗ୍ର ବିଶ୍ଵରେ ରୁଷ ଏକ ଶକ୍ତିଶାଳୀ ସମାଜବାଦୀ ରାଷ୍ଟ୍ର ରୂପେ ନିଜର ପତିଆରା ବୃଦ୍ଧି କରିଥିଲା । ଲେନିନ୍ ଙ୍କ ନେତୃତ୍ୱରେ ରୁଷର ରାଷ୍ଟ୍ରାୟତ ଉଦ୍ୟୋଗ,ସମବାୟ କୃଷି ବ୍ୟବସ୍ଥା ଓ ଭୂ ସଂସ୍କାର ଆଦି ନୀତି ଗ୍ରହଣ କରାଯାଇଥିଲା। ମଣିଷ ସମାଜର ବିକାଶ ପାଇଁ ପୁଞ୍ଜିବାଦ ନୁହେଁ ସମାଜବାଦ ହଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ଦତ୍ତ କହିବା ସହିତ ମହାନ୍ ବିପ୍ଳବୀ ଲେନିନ୍ ଙ୍କୁ ମାର୍କସ ବାଦ ର ସଫଳ ରୁପାୟନ କାରୀ ବୋଲି କହିଥିଲେ। ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ସଭାରେ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଜାହାଙ୍ଗୀର ଅଲ୍ଲୀ,ବିମାନ ମାଇତି, ଶ୍ରୀମନ୍ତ ବେହେରା,ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଭ୍ୟ ବସନ୍ତ ନାୟକ, ଅଜୟ ଶର୍ମା,ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଭ୍ୟ ତାଜମୁନ ନେହାର,ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଦିବାକର ମହାରଣା,ବସନ୍ତ ପାଢ଼ୀ, ଏନ୍ କେ ରାଉତରାୟ, ଯଜ୍ଞେଶ୍ଵର ସାହୁ, ସୁରେନ୍ଦ୍ର ବେହେରା , ଜନ୍ମେଜୟ ଘୋଷ,ବ୍ରୀଜନୀଆ ଯୋଯୋ,ପ୍ରମୋଦ ପରିଡ଼ା ,ମୁକ୍ତା ଦାଶ, ଜୟନ୍ତୀ ମୋହିନୀ,ପଙ୍କଜୀନି ଦେହୁରୀପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।