ଯୁବକ ଙ୍କୁ ତେନ୍ତୁଳିଗଛରେ ଝୁଲନ୍ତା ଅବସ୍ଥାରେ : ଆତ୍ମହତ୍ୟା କି ହତ୍ୟା ତଦନ୍ତ କରୁଛି ପୋଲିସ
ତେନ୍ତୁଳିଖୁଣ୍ଟି ୨୫/୦୧/୨୪ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ଗ୍ରାମ ପଞ୍ଚାୟତ ଡୁମୁରି ଗୁଡା ନିବାସୀ ଦୁର୍ଯ୍ୟୋ ବିନ୍ଧାଣି ଙ୍କ ପୁଅ ଶିବ କୁ ଝୁଲନ୍ତା ଅବସ୍ଥାରେ ଗ୍ରାମ ନିକଟସ୍ଥ ତେନ୍ତୁଳି ଗଛ ରୁ ଠାବ କରାଯାଇଥିବା ରିପୋର୍ଟ ଖାତିଗୁଡା ଥାନାରେ ଦରଜ ହୋଇଛି। 23ବର୍ଷୀୟ ଶିବ 24 ତାରିଖ ରାତି8ରେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା। ରାତିରେ ନ ଫେରିବାରୁ ଖୋଜା ଖୋଜି କରୁଥିବା ବେଳେ ଗ୍ରାମ ନିକଟସ୍ଥ ତେନ୍ତୁଳି ଗଛରେ କେହି ଜଣେ ଯୁବକ ଫାଶୀ ହୋଇଥିବା ଶୁଣି ପାଖ ପଡୋଶୀ ଯାଇ ଦେଖିଥିଲେ ସେ ଶିବ ବିନ୍ଧାଣି ବୋଲି କହିଥିଲେ । ଏ ସମ୍ପର୍କରେ ଖାତିଗୁଡା ଥାନା ରେ ମୃତକ ଶିବ ର ବାପା ଦୁର୍ଯ୍ୟ ରିପୋର୍ଟ କରିଛନ୍ତି।ପୋଲିସ ଝୁଲନ୍ତା ଶ ବ ଉଦ୍ଧାର କରି ଶ ବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସା ଲୟ କୁ ପଠାଇଛି। ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ଜଣ ପଡିବ। ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।