୨୯ତମ ରାଉରକେଲା ପୁସ୍ତକ ମେଳାର ଅଷ୍ଟମ ଦିବସ ,
ଧାମରା ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା
ରାଉରକେଲା: ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳା ର ଅଷ୍ଟମ ଦିବସ ରେ ଧାମରା ସାହିତ୍ୟ ସଂସଦର ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ଭଗବାନ ରାଉତ ଙ୍କ ପୋୖରହିତ୍ୟ , ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଙ୍କ ଆବାହକତ୍ଵ ଓ ସାହିତ୍ୟ ସମ୍ପାଦିକା ନିରୁପମା ପତିଙ୍କ ଙ୍କ ସଂଯୋଜନାରେ ଆୟୋଜିତ ଏହି ସାହିତ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର କୃପାସିନ୍ଧୁ ନାୟକ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ମହାଶ୍ୱେତା ସାହୁ ଯୋଗଦେଇ ଜୀବନ ଜିଇଁବାରେ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସର ରେ ଦ୍ବିତୀୟ ପର୍ଯ୍ୟାୟରେ ବିଜୟ କୁମାର ସାହୁ ଙ୍କ ସଭାପତିତ୍ବ , କବି ବସନ୍ତ ବିଶ୍ଵକର୍ମା ଓ ପ୍ରଣତୀ ବେହେରା ଙ୍କ ସଂଯୋଜନାରେ ରାଉରକେଲା ର ଚିର ପରିଚିତ କବି ପ୍ରତାପ ପଣ୍ଡା, ମୀନକେତନ ପଶାୟତ, ତ୍ରିନାଥ ସିଂ,ରଜତ କୁମାର ସାହୁ, କୁଞ୍ଜବିହାରୀ ରାଉତ, ସୁଶାନ୍ତ କୁମାର ନାୟକ, କନକଲତା ମିଶ୍ର,ରଙ୍କନିଧି ସେଠୀ, ବ୍ରଜ ବିହାରୀ ଦାଶ,ବିଭୁ ପ୍ରସାଦ ନାୟକ, ଆଲୋକ ବୋଷ,ଶ୍ରୀଧର ସୁନା, ନିକୁଞ୍ଜ ବିହାରୀ ଦାସ, ମହେଶ୍ୱର ପତି, ନିରୁପମା ପତି, ପଦ୍ମନାଭ ନାୟକ, ସୁରେନ୍ଦ୍ର ପାଢ଼ୀ,ଭୀମସେନ ସାହୁ ଓ ସଂଯୋଜକ ଦ୍ବୟ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ପାଠାଗାରର ସର୍ବଶ୍ରୀ ବିଷ୍ଣୁ ମହାନ୍ତି,ବସନ୍ତ କୁମାର ଦାସ , ଗୋପିନାଥ ପଟ୍ଟନାୟକ, ରାଧାକାନ୍ତ ମିଶ୍ର,ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ ସନାତନ ପ୍ରଧାନ,ଟୁକୁଲା ପାଢ଼ୀ, ବିଜୟ ପାତ୍ର, କୁଞ୍ଜବିହାରୀ ରାଉତ,ପର୍ଶୁରାମ ପଟ୍ଟନାୟକ,ଶ୍ରୀମନ୍ତ ବେହେରା,ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା,ଟି ମଧୁସୂଦନ, ପ୍ରଦୀପ କୁମାର ପଟ୍ଟନାୟକ, ପଞ୍ଚାନନ ପାତ୍ର, ଜ୍ଞାନେନ୍ଦ୍ର ଦାଶ,ପ୍ରଳୟ ଶତପଥୀ,ସଶୀଲ କୁମ୍ଭାର, କୁମାର କୁମ୍ଭାର, ଯୋଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।