୧୦୪ ଅଖଣ୍ଡ ପ୍ରହର ନାମଯଜ୍ଞରେ ପ୍ରବଳ ଜନ ସମାଗମ
କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ରେଙ୍ଗାଲପାଲି ପଞ୍ଚାୟତ ଡଙ୍ଗରିଗୁଡା ଖେଳ ପଡ଼ିଆରେ ଗତ ତାରିଖରୁ ୧୦୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରୀ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ନାମଯଜ୍ଞରେ ଦୈନିକ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ପୂଜା କମିଟି ପକ୍ଷରୁ ପ୍ରତିଦିନ ଜଣେ ଲେଖାଏଁ ପୂଜାକର୍ତ୍ତାଙ୍କୁ ଅଖଣ୍ଡ ନାମଯଜ୍ଞରେ ପୂଜାକର୍ତ୍ତା ଭାବେ ପୂଜାକାର୍ଯ୍ୟ କରୁଥିବା ବେଳେ ବୁଧବାର କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଶ୍ରୀମାନ ରାଜୀବ ଅଗ୍ରୱାଲ ଓ ରିତା ଅଗ୍ରୱାଲ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ନାମଯଜ୍ଞ କମିଟି ପକ୍ଷରୁ ଅନ୍ନଭୋଗ, ପାନୀୟ ଜଳ, ବିଶ୍ରାମ ନେବାପାଇଁ ଟେଣ୍ଟର ବ୍ୟବସ୍ଥା କରାଯାଇଛି। କୋକସରା ବ୍ଲକର ୨୨ ପଞ୍ଚାୟତର ବିଭିନ୍ନ ଗାଁରୁ ଶହ ଶହ ସ୍ୱେଚ୍ଛାସେବୀ ମାନେ ଦିନରାତି ସେବାକାର୍ଯ୍ୟରେ ନିୟୋଜିତ ରହିଛନ୍ତି। କମିଟି ପକ୍ଷରୁ ମିନାବଜାର, ବିଭିନ୍ନ ଦୋକାନ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ଯାହା ଫଳରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି ।