ହଂସପଡା ଠାରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ
କୋକସରା,୨୧/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ରବିବାର ସନ୍ଧ୍ୟାରେ କଲସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସଂକୀର୍ତ୍ତନ ଦଳର ନଗର କୀର୍ତ୍ତନରେ ଶ୍ରୀ ରାମମୟ ପରିବେଶ ଦେଖିବାକୁ ମିଳିଥିଲା। ସୋମବାର ସକାଳେ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା କରି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଯଜ୍ଞକର୍ତ୍ତା ଭାବେ ଯୁବା ନାଏକ, ଜୟଲାଲ ନାଏକ ସମସ୍ତ ପ୍ରକାର ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ ।ପୁଜକ ଲଳିତ ମିଶ୍ର ପୂଜାବିଧି ଉପଚାର କରିଥିଲେ। ଏହି ହନୁମାନ ପ୍ରାଣ ପ୍ରତିଷ୍ଠା ଉତ୍ସଵ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉପସ୍ଥିତ ରହି ଆଶିଷ ଭିକ୍ଷା କରିଥିଲେ। ପୂଜା କମିଟିର ନରସିଂ ନାଏକ, ବୃନ୍ଦାବନ ନାଏକ, କୁମର ସିଂ ନାଏକ, ଭରତୁ ନାଏକ, ଘାସିଦାସ ନାଏକ, ଚନ୍ଦ୍ରଭାନୁ ନାଏକ, ମଦନଲାଲ ନାଏକ, ଡମ୍ବରୁଧର ନାଏକ, ଉଦୟନାଥ ନାଏକ, କୁରୁକ୍ଷେତ୍ର ନାଏକ, ମୋତିଲାଲ ନାଏକ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।