“ଖଣି ନିର୍ଦ୍ଧେଶକ ଆସିବେ ବୋଲି ରଙ୍ଗରେ ଚକାଚକ ବିଭାଗ” କାହାର ମୂର୍ଖାମୀରେ ମରାମତି କରାନଯାଇ ରଙ୍ଗରେ ରଙ୍ଗେଇଲେ
ଯୋଡା:୨୯/୦୨ -:- ଖଣି ନିର୍ଦ୍ଦେଶକ ଆସିବେ ବୋଲି ରଙ୍ଗରେ ଚକାଚକ ବିଭାଗ, ଏଥିରେ କାହାର ମୁର୍ଖାମୀ ଯୋଗୁଁ ମରାମତି କରାନଯାଇ କେବଳ ରଙ୍ଗମରା କାର୍ଯ୍ଯରେ ଶେଷ କରାଗଲା ବିଭାଗକୁ, ବିନା ବର୍ଷାରେ ଯୋଡା ଖଣି ବିଭାଗ ଭାସିଗଲା। କଟକରେ ଅଫିସ ରାଜ୍ୟର କେନ୍ଦୁଝର ଜିଲ୍ଲାର ଯୋଡା ଖଣି ବିଭାଗର ଏ କି ପ୍ରକାରର ଦୁର୍ନୀତି କରିବାରେ ଲାଗିଛନ୍ତି ଖଣି ବିଭାଗର ଦାୟିତ୍ୱବାନ କିଛି ଖଣି ଅଫିସର ବୋଲି ଯାହାର ଖବର ପଦାକୁ ଆସିବାରେ ଲାଗିଛି, ବାରମ୍ବାର ଏଭଳି ଘଟଣା ଯାହା ଏବେ ଦେଖିବାକୁ ମିଳେ। ବିଭାଗର ସ୍ଥିତ ଆଉ ଆଗ ଭଳି ରହିନାହିଁ, ଏଠି ଯିଏ ଯାହା କରିବ ତାହା ଚଳିଯିବ, କାହାରି ଦୋଷ ଆଉ ଧରା ଯାଉନାହିଁ, ଭୁବନେଶ୍ୱର ସ୍ଥିତ ଖଣି ମୁଖ୍ଯାଳୟରେ ନିଯୁକ୍ତି ଥିବା କିଛି ଖଣି ଅଫିସର, ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଆସିବେ ଜେ.ଡି.ସି.ଏ ସୁକାନ୍ତ ମିଶ୍ର କାରଣ ତାଙ୍କୁ ଜଣା, ସେ ପ୍ରତି ମାସରେ ସରକାରୀ ଖର୍ଚ୍ଚରେ ଯୋଡା ଆସନ୍ତି ଏହି ସାହେବ ଜଣକ। ତେବେ କିଛି ଅଫିସରଙ୍କ କାରନାମା ଯାହା ତଥ୍ୟ ଭିର୍ତ୍ତିକ କାରନାମା ଏବେ ପଦାକୁ ଆସିବାରେ ଲାଗିଛି, ତାହା ପୁଣି ଗତ କିଛି ମାସ ଧରି ଏଭଳି ଘଟଣା ରାଜ୍ୟର ପ୍ରମୁଖ ଖବର ପ୍ରସାର ହେବା ପରେ ମଧ୍ୟ ଉଚ୍ଚ ଅଧିକାରୀଙ୍କ କେଉଁ କାରଣରେ ନିରବତା ନା ଏଥିରେ ସାମିଲଦାର ରହିବା ଦ୍ବାରା ଆଜି ଏପରି ଅନେକ ସ୍ଥିତି ସମଗ୍ର ରାଜ୍ଯ ବାସୀ ଦେଖନ୍ତି। ଅନ୍ଯପଟେ ସେହିପରି ଦେଖିବାକୁ ଗଲେ ମାସ ମାସ ଗଡିଗଲେ ମଧ୍ୟ କୈଣସି ଅଫିସର ଙ୍କୁ ଚେତାପସେ ନାହିଁ। ଜେ.ଡି.ସି.ଏ ସୁକାନ୍ତ ଙ୍କୁ କେବଳ ଯୋଡା ବିଭାଗ କୁ ଆସିବାର ରାସ୍ତା ଦେଖାଯାଏ। ଆଉ କିଛି ବିଲକୁଲ ଦେଖା ଯାଏନାହିଁ ବୋଲି ସବୁ ଘଟଣା ପଦାରେ ପଡିବାରେ ଲାଗିଛି, ବୋଧହୁଏ ଶ୍ରୀ ମିଶ୍ର ଙ୍କୁ ଡିପାର୍ଟମେଣ୍ଟ ପ୍ରତି ନିଜର ଦାୟିତ୍ୱ ଜଣା ପଡେନାହିଁ ନିଜ ପ୍ରତି ଦାୟିତ୍ୱ ରହିଅଛି ସେ ସର୍ବଦା ସଜାଗ ତଥା ତତ୍ପରତା ରହୁଛନ୍ତି। ବହୁ ଦିନର ଦୁର୍ନୀତିର ଅନ୍ତ ଘଟିବାର ସମୟ ଆସିଗଲା। ଏଥିରେ ସାମିଲ ରହିଥିବା ସମସ୍ତ ଖଣି ଅଫିସର ଙ୍କ ଦୁର୍ନୀତି ମୂଳକ ଓ ଅନିତୀ ଯାହା ତଥ୍ୟ ଭିତିକକୁ ଆସନ୍ତା କିଛି ଦିନ ମଧ୍ୟରେ ଭୁବନେଶ୍ୱର ଖଣି ମୁଖ୍ଯ କାର୍ଯ୍ଯାଳୟ ର ଖଣି ନିର୍ଦ୍ଦେଶକ ଶ୍ରୀ ଜି ରାଜେଶ ମହୋଦୟ ଆସି ସବୁ ଦୁର୍ନୀତି ହେଉଥିବା ବିଚାର କରିବେ ବୋଲି ଅପେକ୍ଷାରେ ରହିଛନ୍ତି। କିନ୍ତୁ ଅନ୍ଯ ପକ୍ଷରେ ସ୍ଥାନୀୟ ବିଭାଗୀୟ ଦାୟିତ୍ୱବାନ ଅଧିକାରୀ ନିର୍ଦ୍ଦେଶକଙ୍କୁ ଖୁସି କରିବାର ଉଦ୍ଦେଶ୍ୟ ରେ ସ୍ଥାନୀୟ ବିଭାଗକୁ ସଜେଇ ଦେଇ ସେସବୁକୁ ଘଣ୍ଟ ଘୋଡେଇଦେବା ନେଇ ଏତେ ଯେ ବ୍ଯସ୍ତ, ତାଙ୍କୁ ଜଣାପଡୁ ନାହିଁ କିନ୍ତୁ କେଉଁ କାର୍ଯ୍ୟ ପ୍ରଥମେ କରାଯାଏ ବୋଲି,ଏହି କିଛି ଦିନ ହେବ କେହି ଦାୟିତ୍ୱବାନ ଅଧିକାରୀ ବହୁ ଅର୍ଥ ଖର୍ଚ୍ଚ କରି ସ୍ଥାନୀୟ ବିଭାଗ କୁ ରଙ୍ଗ କରିଥିବା ର ଦେଖିବାକୁ ମିଳୁଛି, ବିନା ବର୍ଷାରେ ଯୋଡ଼ା ଖଣି ବିଭାଗ ଭାସିଗଲା ଭଳି, ତେବେ ଦେଖାଯାଉ ଖଣି ନିର୍ଦ୍ଧେଶକ ଶ୍ରୀ ରାଜେଶ କେବେ ଆସି, ସ୍ଥାନୀୟ ବିଭାଗର ସମସ୍ତ ସମସ୍ୟା ପରଖି ବୁଝିବେ ନା’ ସେ ମଧ୍ୟ ସେହିପରି ଖାଲିଟାରେ ଫେରିବା ହେବେ ବୋଲି ସମଗ୍ର ଖଣିବାସୀ, ବୁଦ୍ଧୀଜୀବି, ସାମ୍ବାଦିକ, ବିକାଶ ମୂଳକ ସଂଘଠନ, ସାଧାରଣ ଜନତାଙ୍କ ନଜର ରହିଥିବା ସହ ଉତ୍ତର କେବେ ଦେବେ ସରକାରଙ୍କ ବେତନଭୋଗୀ ଏବଂ ଦୁର୍ନୀତି ଖୋର କର୍ମଚାରୀ,ଏହାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାହା ଆଗାମୀ ସମୟ ହିଁ କହିବ ତାହା ଏବେ ଦେଖିବାର ବାକି ରହିଲା