ସୁରକ୍ଷା ବାଡ଼କୁ ଧକ୍କା ଦେଇ ଚାଳକ ଗୁରୁତର
ବସ୍ତା,30/03 : ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଶନିବାର ଅପରାହ୍ନ ସମୟରେ କୁଣ୍ଡୁପୁର ନିକଟରେ ସୁରକ୍ଷା ବାଡ଼କୁ ଧକ୍କା ଦେଇ ଚାଳକ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ବାଇକ ଯୋଗେ ବାଲେଶ୍ୱର ରୁ ବାହାରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଵା ବେଳେ କୁଣ୍ଡୁପୁର ନିକଟରେ ଉକ୍ତ ବାଇକ ଚାଳକ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ନେଇଥିଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ତେବେ ବାଇକ ଚାଳକ ପଶ୍ଚିମବଙ୍ଗ ଅଞ୍ଚଳବୋଲି ଜଣାଯାଇଛି।