ସୁରକ୍ଷା ବାଡ଼କୁ ଧକ୍କା ଦେଲା ବାଇକ, ଚାଳକ ଆହତ
ବସ୍ତା,07/04 : ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ରବିବାର ଅପରାହ୍ନ ସମୟରେ ତାରିଣୀ ଛକ ନିକଟରେ ସୁରକ୍ଷା ବାଡ଼କୁ ଧକ୍କା ଦେଲା ବାଇକ l ଚାଳକ ଆହତ ହୋଇ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଉକ୍ତ ବାଇକ ଚାଳକ ବାଲେଶ୍ୱର ରୁ ପଶ୍ଚିମବଙ୍ଗ ଯାଇଥିବା ବେଳେ ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା l ଫଳରେ ଚାଳକ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଆହତ ବାଇକ ଚାଳକଙ୍କ ପରିଚୟ ମିଳିପାରିନାହିଁ।