ହୋମ ଭୋଟିଂ ପୋଲିଂ ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ
ଡାବୁଗାଁ, ୨୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ରେ ବିଡିଓ ଙ୍କ ପ୍ରକୋଷ୍ଠରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କମଳଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ହୋମ ଭୋଟିଂ ପୋଲିଂ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ର ବିଭିନ୍ନ ଗ୍ରାମରେ ଥିବା ୮୫ ବୟସର ବରିଷ୍ଠ ନାଗରିକ ଭୋଟର ଓ ଭିନ୍ନକ୍ଷମ ଭୋଟର ମାନେ ନିଜ ଘରେ ରହି ଚଳିତ ସାଧାରଣ ନିର୍ବାଚନରେ ନିଜର ଭୋଟ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ଦେବେ | ଡାବୁଗାଁ ବ୍ଲକ ରେ ୮୫ ବୟସର ବରିଷ୍ଠ ନାଗରିକ ଭୋଟର ୨୭ ଜଣ ଓ ଭିନ୍ନକ୍ଷମ ଭୋଟର ୩୫ ଜଣ ମୋଟ ୬୨ ଜଣ ଭୋଟର ରହିଛନ୍ତି | ଏହି ହୋମ ଭୋଟିଂ ପାଇଁ ୬ ଟି ଟିମ ଗଠନ କରାଯାଇଛି | ଏହି ୬ ଟି ଟିମ ତାଲିମ ନେଇଥିଲେ | ଏଥିରେ ବିଡିଓ ଶରତ ମାଝି ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦେଇଥିଲେ | ଏଥିରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ପରିଚାଳନା କରିଥିଲେ |