ଉତ୍ତମ ସନ୍ତାନ
କେହି କେଜାଣି ଅତୀତ ର ପୃଷ୍ଠା କୁ ଓଲଟାଉ ଓଲଟାଉ ଆଖି ପଡ଼ିଯାଏ ସୁନ୍ଦର ଫୋଟୋ ଟି ଉପରେ!
ଆଖିରୁ ଖସିଆସେ ଦୁଇଟୋପା ଲୋତକ!
ହାତ ଥରିଉଠେ! ସବୁ ଯେପରି ଭାଙ୍ଗିଚୁରମାର ହୋଇଯାଇଛି ଏ ପରିବାର ର ସମ୍ପର୍କ! ବନ୍ଧୁ ଆତ୍ମୀୟସୋଜନ ସମସ୍ତେ ଦୂରେଇଯାଇଛନ୍ତି!
ଯାହାକୁ ନିଜ ସନ୍ତାନଠାରୁ ବଳି ଭଲପାଉଥିଲେ, ବାପା ଓ ମାଆ! ସବୁକିଛି ଅଲିଅଝଟ ପୂରଣ କରିବା ପାଇଁ ପ୍ରସ୍ତୁତ ଥିଲେ! ଗୋରାସାହେବ ପରି ଶରୀର ଦେଖିଲେ ଲାଗୁଥିଲା କେଉଁ ଏକ ଆଭିଜାତୀୟ ବଂଶ ମର୍ଯ୍ୟାଦା ର ପୁଅ! କଣ ପାଇଁ ଯେ ତାର ମାଆ ଫୋପାଡ଼ି ଦେଇଛି! ନିଶ୍ଚୟ କିଛି ଅସୁବିଧା ର ସମ୍ମୁଖୀନ ହୋଇଥିବ! ସେ ଯାହା ହେଉ ଭଗବାନ ଡାକ ଶୁଣି ମୋର ମାତୃତ୍ୱ ର ଦେଇଛନ୍ତି ପରିଚୟ!
ନିଜ ବକ୍ଷ ରୁ ଦେଇନଥିଲି ଅମୃତ ସତ ହେଲେ ମାର ପଣତରେ ଦେଇଥିଲି ବାନ୍ଧି!
ସପନ ର ରେଣୁ ଘୁରିବୁଲୁଥିଲା ଆଖି ସାମ୍ନାରେ! ଅତି ଗ୍ଲେହା ରେ ଡାକୁଥିଲି ଗୌର!
ନୀତି ନିୟମ ଅନୁଶାସନ ଶିକ୍ଷା ରେ ଗଢୁଥିଲି ତା ଜୀବନ ର ପାହାଚ!
ସମୟ ତ ଅତି ବଳବାନ! ସମୟ ର ପରିସ୍ଥିତି ଅନୁଜାଇ ପାଠ ପଡ଼ି ହୁଅଇ ସେ ବରିଷ୍ଠ ଅଫିସର! ହାତ କୁ ଦୁଇ ହାତ ହୋଇ ବିଦେଶ ରେ କରେ ଚାକିରୀ! ବୟସ ର ଅତିକ୍ରାନ୍ତ ରେ ମାଆ ହୁଅଇ ବିକଳାଙ୍ଗ!
କୃଷ୍ଠ ରୋଗ ରେ ଚି଼ହ୍ନଟ ହୋଇ ଭାଂଗିପଡ଼ନ୍ତି ବୁଦ୍ଧ ପିତା ମାତା!
ମନରେ ଅନେକ ଅମୀମାଂଶିତ ପ୍ରଶ୍ନ ଉଙ୍କିମାରେ! ଯଦି ସାହି ପଡିଶା ଜାଣନ୍ତି ଏକାଘରିକିଆ କରିଦେବେ! ଯଦି ପୁଅ ଜାଣେ ଘରକୁ ଆସିବନି! କାଳେ ମାଆ ର ରୋଗ ଜାଣି ପୁଅ ବୋହୁ ଭିତରେ ଗଣ୍ଡଗୋଳ ହୋଇପାରେ!
ବାପା ତ ବୁଦ୍ଧ ଅବସ୍ଥା ମୁ ସିନା ରୋଗରେ ହୀନିମାନ ହେବି!ବାପଟା କାହିଁକି ଅବହେଳିତ ହେବ! ନା ନା ଏପରି ବାଉଳି ଚାଉଳି ହୋଇ ମାଆ ଟି
ଦୁଃଖ ରେ ଭାରକ୍ରାନ୍ତ ହୋଇଗଲେ!
ସକାଳୁ ସକାଳୁ କବାଟ ର ଖଡଖଡ଼ ଶବ୍ଦ ରେ
କବାଟ ଖୋଲି ଦେଖନ୍ତି
ପୁଅ ବୋହୁ! ଆଶ୍ଚର୍ଯ୍ୟ ହୋଇ ପାଛୋଟି ନିଅନ୍ତି ମାଆ! ହେଲେ ଭାରାକ୍ରାନ୍ତ ମନ ଖୁସି ଦେଇପାରୁନଥିଲା! ଲୁଚେଇ ଲୁଚେଇ କେତେଦିନ ବା ରଖିବେ ହାତ କୁ!
ପୁଅ ବୋହୁ ବାପା ମାଆ ଏକା ସଙ୍ଗରେ ଭୋଜନ ପାଇଁ ଡାକିଲା ବେଳେ ମାଆ ଅନେକ ବାହାନା କରନ୍ତି!
ମାଆ ସବୁବେଳେ ବାଡ଼ିଘର ରେ ରହୁଥାନ୍ତି! ମାଆ ଙ୍କର ଏପରି ବ୍ୟବହାର ଅସନ୍ତୁଷ୍ଟ ହୋଇ ପୁଅ କହିଲେ ମାଆ ଯଦି ମୁ ଏଠି ରହିବାରେ ତୁମେ ଅସନ୍ତୁଷ୍ଟ, ମୁ ଆଉ ରହିଁବିନି! ତୁମର ବୃଦ୍ଧାବସ୍ଥା ରେ କେହିନାହାନ୍ତି ବୁଝାସୁଝା କରିବାକୁ! ସେଥିପାଇଁ ମୋଟାଅଙ୍କ ଛାଡି ଆସିଛି ମୋ ଗାଁ କୁ, ମୋ ଭିଟାମାଟିକୁ!
ତୋ ହାତର ରନ୍ଧା ଭାତ
ଲାଗେ ଅଭଡା! ହେଲେ, ମାଆ କଣ ପାଇଁ ତୋ ମନରେ ଟିକେ ଵି ଖୁସି ନାହିଁ!
ମାଆ ର ଛଳଛଳ ଆଖି କହିଦେଉଥିଲା ଅନେକ ଅକୁହା ବେଦନା!
ବଜ୍ରନିର୍ଘୋଷ ବାଣୀ ପରି ମାଆ ର ଶବ୍ଦ ଚାରିଆଡେ ଗୁଂଜରିତ ହେଲା! ଯା ପୁଅ ତୁ ଯା
ଅନ୍ୟ ଜାଗାରେ ଘର ନେଇ ତୁ ସଂସାର କର!
ମୁ ଅଭାଗା! ତୋ ସ୍ନେହ ଯତ୍ନ ରୁ ମୁ ବଞ୍ଚିତ! ପରିସ୍ଥିତି ହିଁ ମୋତେ ଦାୟୀ କରୁଛି! ମୋ ଭାଗ୍ୟ ରେ ଯାହା ଲେଖାଅଛି ତାହାହିଁ ହେବ!
ମୁ ତ ଅଲକ୍ଷିଣୀ! କେମିତି ବୁଝାଇବି! ମୁ ରୋଗରେ ପୀଡିତ! ମୋତେ ଛୁଇଁଲେ ସମସ୍ତ ଙ୍କୁ ହୋଇଯିବ ରୋଗ! ମୁ ଚାହେଁନି ମୋ ପାଇଁ ପରିବାର କଳଙ୍କିତ ହେଉ!
ମୁ ଆଜି ନିର୍ଦୟ
ମୁ ଆଜି ପାଷାଣ!
ଆଖିର ଲୁହ କୁ ପିଇ ବଂଚିଛି!
ଅନ୍ୟତ୍ର ଘର ଦେଖି ପୁଅ ମାଆ ର ପାଦ ଛୁଇଁ ଦେଖେ ମାଆ ର ପାଦ ହାତ! ଭାଂଗିପଡେ ହୃଦୟ!
ଏ କଣ ମାଆ!
ମାଆ ର ଦରଦୀ କଣ୍ଠ ରୁ ଭାଷି ଆସେ ଯା ଯା ମୋତେ ଛୁଉଁନା! ମୁ ବିକଳାଙ୍ଗ! ତୋ ସଂସାର ଭଲରେ କରେ! ବୋହୁ କୁ କହିବୁନି ଧନ ମୋର!
ହୃଦୟ ର ଶକ୍ତ ଧକ୍କା ରେ ପାଦ ଘୁଂଚି ଯାଏ!
ମୁଣ୍ଡ ଚକ୍ର ପରି ଘୁରି ବୁଲେ! ମନରେ କୋହ ଭରି କୁହେ ମାଆ ତୁମେ କାହିଁକି ଲୁଚାଇଲ!
ଆଜିର ଯୁଗରେ ଆଉସେହି ପରମ୍ପରା ନାହିଁ! ଔଷଧ ବାହାରିଛି ଚିକିତ୍ସା ରେ ରହିଲେ ଅଳ୍ପ ଦିନ ରେ ଭଲ ହୋଇଯିବ! ଏହା ଅଛୁଆଁ ରୋଗ ନୁହେଁ!
ଆସ ମାଆ ଚିକିତ୍ସାଳୟ ଯିବା! ଅମଙ୍ଗ ହୁଏନି! କେହିବି ତୁମକୁ ଘୃଣା କରିବେନି! ଡ୍ରେଶସିଂ କରାଇବା! ପୁଅ ବୋହୁ ଦୁଇଜଣ ଧରି ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ଦେଇଛନ୍ତି! ପୁଅ ବୋହୁଙ୍କ ପ୍ରେମ ପୂର୍ଣ୍ଣ ବାକ୍ୟ, ସ୍ନେହ ଯତ୍ନ ଓ ଔଷଧ ର ବ୍ୟବହାର ରେ ମାଆ ବିକଳାଙ୍ଗ ରୁ ମୁକ୍ତ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି!
ପ୍ରେମ ର ସଂଜୀବନୀ ମଲମ ରେ ଅନେକ ରୋଗ ରୁ ସମସ୍ତେ ମୁକ୍ତ ହୋଇପାରନ୍ତି!
କେବେହେଲେ କାହାକୁ ଅବହେଳା କରିବାନି! ଘୃଣା ଚକ୍ଷୁ ରେ ଦେଖିବାନି! ବୃଦ୍ଧଅବସ୍ଥା ରେ ଯତ୍ନ ନେବା!
ହେବ ଉତ୍ତମ ସନ୍ତାନ!
ସ୍ୱପ୍ନା ମହାନ୍ତି
ନବରଙ୍ଗପୁର