ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଚାଚେରବେଙ୍ଗ ଗସ୍ତ 

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଚାଚେରବେଙ୍ଗ ଗସ୍ତ 

ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଆଜି ବେଲପଡା ବ୍ଲକ ନୁନହାଡ଼ର ଚାଚେରବେଙ୍ଗ ଗସ୍ତ କରିଛନ୍ତି | ସାଂସଦ ଙ୍କୁ ଗାଁ ମୁଣ୍ଡରୁ କୀର୍ତ୍ତନର ତାଳେ ତାଳେ ଶୋଭାଯାତ୍ରା କରି ପ୍ରତ୍ୟେକ ଘରେ କଳସ ସ୍ଥାପନ କରି ଉଛତ୍ସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ | ସ୍ୱାଗତ ସମ୍ବର୍ଦ୍ଧନା ପରେ ଗ୍ରାମ ଝାଙ୍କରଙ୍କ ଘର ସମ୍ମୁଖରେ ଏକ ଜନସାଧାରଣଙ୍କ ସହିତ ବାର୍ତ୍ତାଲାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସାଂସଦ ଶ୍ରୀ ବିଶି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରି ଯୋଜନାର ଲାଭ ଉଠେଇବା ପାଇଁ କହିଥିଲେ | ସେହିଭଳି ସରକାର ଆଦିବାସୀ ମାନଙ୍କର ଯେଉଁ ଯେଉଁ ଯୋଜନା କରିଛନ୍ତି ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, କୃଷି ଓ କୃଷକ ସଶକ୍ତି କରଣ, ମହିଳା ସଶକ୍ତିକରଣ ବିଷୟରେ କହିବା ସହ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟତାମୂଳକ ପାଠ ପଢେଇବାକୁ ପରାମର୍ଶ ଦେଇଥିଲେ | ପରେ ଚାଚେରବେଙ୍ଗ ମୌଜା ଠାରେ ନିର୍ମାଣଧିନ ଆଦିବାସୀ ଭବନ ବୁଲିଦେଖିଥିଲେ | ଉପସ୍ଥିତ ଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣି ସମସ୍ୟା ମାନଙ୍କର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବେଲପଡା ଆଦିବାସୀ ସଂଘର ସଭାପତି ରସିକ ଧରୁଆ, ଗିରିରାଜ ଭୋଇ, ପ୍ରୀତି ସିଂ ମଲ୍ଲିକ, ଚନ୍ଦ୍ରଶେଖର ମଲ୍ଲିକ, ବିଦ୍ୟାଧର ଭୁଏ, ଧନେଶ୍ୱର ମାଝୀ, ତ୍ରିଲୋଚନ ମାଝୀ, ସତ କୁମାର ମାଝୀ, କୃତିବାସ ମାଝୀ, ଭଗବାନ ମାଝୀ ପ୍ରମୁଖଙ୍କ ସହିତ ସତଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ |

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ନଵଦିନାତ୍ମକ ଶ୍ରୀ ରାମ ଚରିତ ମାନସ ପାରାୟଣ ଓ ମହାଯଜ୍ଞ ଉଦଯାପିତ

masiha

ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସ୍ମୃତି ଚାରଣ ସଭା

masiha

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!