ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ବୃଦ୍ଧଙ୍କୁ ସହାୟତା 

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ବୃଦ୍ଧଙ୍କୁ ସହାୟତା 

 କଟକ : ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିୟମିତ ସେବା ସହାୟତା ପ୍ରଦାନ କରାଯାଉଛି । କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନାଗପୁର ଠାରେ କିଛି ଯୁବକ ଏକ ବୃଦ୍ଧ ଙ୍କୁ ଠାବ କରିଥଲେ। ସେହି ବୃଦ୍ଧ ଜଣକ ଏକ ପରିତ୍ୟକ୍ତ ଗୃହ ରେ ପଡ଼ି ରହିଥିଲେ। ବୟସ ପାଖାପାଖି ୮୦ ଛୁଇଁଲାଣି। ତାଙ୍କର ନାମ ଫକୀର ମହାରଣା।ତାଙ୍କ ପାଖରେ ନା ଅଛି ଘର ନା ବସ୍ତ୍ର ନା ଖାଦ୍ୟ ର ବ୍ୟବସ୍ଥା। ସେହି ଯୁବକ ମାନେ ସଂଗେସଂଗେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତିଙ୍କ ସହ ଆଲୋଚନା କରିଥିଲେ । ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ତାଙ୍କର ପିଲାମାନଙ୍କୁ ନେଇ ସେହି ସ୍ଥାନର ତଦନ୍ତ କରିବା ପରେ ଆବଶ୍ୟକ ମୁତାବକ ଜିନିଷ ଯୋଗାଇ ଦେଇଥିଲେ। ଟ୍ରଷ୍ଟ ପକ୍ଷରୁ ଏହି ବୃଦ୍ଧ ଙ୍କ ପାଇଁ ବସ୍ତ୍ର ସହ ଖାଦ୍ୟ ଉପଯୋଗୀ ପଦାର୍ଥ ଯୋଗାଇ ଦିଆଯାଇଛି। ଏହା ଦେଖି ସ୍ଥାନୀୟ ବାସିନ୍ଦା ମାନେ ଟ୍ରଷ୍ଟ ର ପ୍ରଶଂସା କରିଛନ୍ତି। ଆଜି ର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ନବିନା ରାଉତ, ତପନ କୁମାର ନାଥ, ଜଗବନ୍ଧୁ ବେହେରା ଓ ମନୋଜ କୁମାର ରାଉତ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଲୁଗାଁ କଲେଜ ଛାତ୍ରୀ ଦୀପ୍ତି : ଅନେକ କଳା ପଦର୍ଶନ କରି ପାଇଛନ୍ତି ପ୍ରଥମ ସ୍ଥାନ !!!

Sunil Chandra Nayak

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ସୁନ୍ଦରଗଡ ପତଞ୍ଜଳି ଯୋଗ ସମିତିର ସୂର୍ଯ୍ୟ ନମସ୍କାର

Sunil Chandra Nayak

Leave a Comment

error: Content is protected !!