ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

 ବନ୍ଧୁଗାଁ,୨୪/୭/୨୪–ଥମୁନି ଜନନୀ ଯନ୍ତ୍ରଣା।ପୁଣି ଭାରରେ ବୁହା ହେଲେ  ଗର୍ଭବତୀ ମହିଳା । ଗାଁ କୁ ରାସ୍ତା ନଥିବାରୁ ତିନି କିମି ବର୍ଷା ରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆସିଲେ ଗର୍ଭବତୀ I ଗାଁକୁ ରାସ୍ତା ,ମା କୁ ସନ୍ନମାନର ଆଉ ଏକ ବାସ୍ତବ ଚିତ୍ର।ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଂଚାୟତର ଡୋକରୀ ଘାଟି ରେ । ଡକରୀଘାଟି ଗାଁକୁ ରାସ୍ତା ନାହିଁ ଯାହା ହୋଇଥିଲା ମନରେଗା ଯୋଜନାରେ ବର୍ଷାରେ ଧୋଇ ନଷ୍ଟ ହୋଇଗଲା । ଫଳରେ ବର୍ଷା ଲାଗିରହିଥିବା ବେଳେ କାଦ ପଚପଚ ଜଙ୍ଗଲ ରାସ୍ତା ରେ ଜରି ଘୋଡେ଼ଇ ବାଉଁଶ ଠେଙ୍ଗା ଭାରରେ କାନ୍ଧ ରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ତିନି କିଲୋମିଟର ଅତିକ୍ରମ କରି ଆସିଲେ ଗର୍ଭବତୀ ମହିଳା ।

ଡୋକରୀଘାଟି ଗାଁର ରମେଶ ତାଡିଙ୍ଗି ଙ୍କ ସ୍ତ୍ରୀ ରୋଜୀ ତାଡିଙ୍ଗି ଆଜି ସକାଳୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଗତ ରାତିରୁ ବର୍ଷା ଲାଗିରହିଥିବାରୁ କାଦ ପଚପଚ ରାସ୍ତା ରେ ଗାଁ କୁ ଆମ୍ବୁଲାନ୍ସ ଆସିବା ସମ୍ଭବ ହୋଇନଥିଲା । ଫଳରେ ଆମ୍ବୁଲାନ୍ସ ତଳଗୁମାଣ୍ଡି ରେ ଅଟକି ରହି ଥିଲା । ବାଧ୍ୟ ହୋଇ କୈାଣସି ଉପାୟ ନପାଇ ବାଉଁଶ ଠେଙ୍ଗାକୁ ଭାର କରି ସେଥିରେ ଏକ ଲୁଗା ବାନ୍ଧି  ଜରି ଘୋଡେଇ ତିନି କିମି ବୁହା ହୋଇ ଆସିଲେ  ଗର୍ଭବତୀ । ଏ ଦୁଃଖ କୁ ଗାଁ ର ଗ୍ରାମବାସୀ  ମାନେ ଭିଡିଓ କରି କିପରି ଗର୍ଭବତି ବୁହାହୋଉଛଛନ୍ତି , ଗାଁ ର ସମସ୍ୟା ବଖାଣିଛନ୍ତି । ଅନ୍ୟପଟେ ରୋଗୀ ଆମ୍ବୁଲାନ୍ସ ସହଯୋଗ ରେ ଡାକ୍ତରଖାନା ରେ ଭର୍ତି ହୋଇ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି । ଉଭୟ ମାଁ ଓ ଶିଶୁ କନ୍ୟା ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସବୁଠୁ ଓଜନିଆ’ ଉପଗ୍ରହ CMS-03ର ସଫଳ ଉତକ୍ଷେପଣ କଲା ISRO

Sunil Chandra Nayak

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ

masiha

ରାସ୍ତା କଡରେ  ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ କାଟିବା ପାଇଁ ଦାବୀ କରି ଅଞ୍ଚଳ ବାସୀ ଙ୍କର ଅବରୋଧ

Sunil Chandra Nayak

Leave a Comment

error: Content is protected !!