ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

    ମହା ବିଷୁବ ସଂକ୍ରାନ୍ତି

  ପ୍ରତାପ କିଶୋର ରାଉତ

 

ବିଷୁବ ଲଗନେ ଉପନୀତ ହୁଏ

    ବିଷୁବ ସଂକ୍ରାନ୍ତି ଏହି

ମହାନନ୍ଦେ ଏହି ପରବ ପାଳନେ

     ଉଲ୍ଲସିତ ହୁଏ ମହୀ

      ଉତ୍କଳ ନବ ବରଷ

ପଣା ସଂକ୍ରାନ୍ତି ଯେ ଅନ୍ୟ ନାମ ତାର

     ଗ୍ରୀଷ୍ମ ଋତୁ ପରବେଶ ।୧।

 

ବୈଶାଖ ସଂକ୍ରାନ୍ତି ପବିତ୍ର ଏ ଦିନ

      ଉତ୍କଳ ପ୍ରଦେଶ ପାଇଁ

ଶୁଭ ନବ ବର୍ଷ ପାଳନ୍ତି ସରବେ

    ଭାଇଚାରା ଭାବ ନେଇ

     ଗ୍ରାମ ଠୁଁ ସହର ଯାଏ

ଭକ୍ତିମୟ ପରିବେଶ ସୃଷ୍ଟି ହୁଏ

     ଭାଷା ରେ କହି ନହୁଏ ।୨।

 

ଉତ୍ତରାୟଣ ରେ ଗମନ୍ତି ସବିତା

     ଉତ୍ତପ୍ତ ହୁଅଇ ଧରା

ପୂଣ୍ୟ ଦେବାଳୟେ ପୂଜାର୍ଚ୍ଚନା ହୁଏ

      ଭକ୍ତ ହୁଏ ଆତ୍ମହରା

      ଶରୀର ସୁସ୍ଥତା ପାଇଁ

ବେଲ ପଣା ପାନ କରନ୍ତି ସରବେ

     ମହାନନ୍ଦେ ମନ ଦେଇ ।୩।

 

ଦେବାଳୟ ହୁଏ ଭକତ ଙ୍କ ଭିଡ଼

      ପବିତ୍ର ଭାବନା ନେଇ 

ଶ୍ରୀମନ୍ଦିରେ ପ୍ରଭୁ ଜଗନ୍ନାଥ ଙ୍କର

     ନୀତି କାନ୍ତି ହୋଇଥାଇ

       ପଞ୍ଜିକା ନବ ବର୍ଷ ର

ପଢା ହୋଇଥାଏ କେଡ଼େ ଉତ୍ସାହ ରେ

      ଶୁଣନ୍ତି ଭକ୍ତ ପ୍ରବର ।୪।

 

ଦଣ୍ଡ ନୃତ୍ୟ ଆଉ ପାଟୁଆ ନୃତ୍ୟ ରେ

       ଗ୍ରାମ ହୁଏ ମୁଖରିତ

ଭକତ ର ପ୍ରାଣେ ବିଶ୍ୱାସ ଭକତି

     ହୋଇଥାଏ ପ୍ରକଟିତ

    ମାନସିକ ଭାବ ନେଇ

ଭକ୍ତି ନଇବେଦ୍ୟ ଅରପଣ କରେ

     ପ୍ରଭୁଙ୍କ କରୁଣା ପାଇଁ।୫।

 

ବୀର ହନୁମାନ ପବନ ତନୟ

     ଜନ୍ମ ଅଟେ ଏହି ଦିନ

ପୁଜିଲେ ତାହାଙ୍କୁ ଭକତି ଭାବରେ

     ମାନସିକ ହୁଏ ପୁର୍ଣ୍ଣ

    ସୁସ୍ଥ ଓ ନିରୋଗ ପାଇଁ

ସହାୟ ହୁଅନ୍ତି ବାବା ମହାବଳୀ

      ବିପଦ ଦୁର ହୁଅଇ ।୬।

 

ଆଧ୍ୟାତ୍ମିକ ଆଉ ଦର୍ଶନ ବିଜ୍ଞାନ

     ନିହିତ ଏହି ଦିବସେ

ହିନ୍ଦୁ ସଂସ୍କୃତି ର ଚେତନା ଉଦ୍ରେକ

    ହୁଅଇ କେତେ ବିଶ୍ୱାସେ 

     ମଙ୍ଗଳ ବିଧାନ ପାଇଁ

ପରବ ପର୍ବାଣୀ ଆସି ଥାଏ ପୁଣି

     ଅନନ୍ୟ ଭାବନା ନେଇ ।୭।

 

   

 

ତେନ୍ତୁଳିପଦୀ,

ହାଟଡ଼ିହି,

କେନ୍ଦୁଝର

 

 

 

 

 

Related posts

ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ସପ୍ତମ ସ୍ବରୂପ ମାତା କାଳରାତ୍ରି

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ମୈତ୍ରୀ ମନ୍ତ୍ର 

Leave a Comment

error: Content is protected !!