ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସେଁପୁର ଠାରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଣ୍ୟ ଜନ୍ମ ତିଥିରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ଅତିଥି ଭାବେ ପରିଚାଳନା ସମିତିର ସଭାପତି ଭିକାରି ଚରଣ ସାହୁ,ସମ୍ପାଦକ ରାଜେଶ ପ୍ରସାଦ ସାହୁ, ଉପ ସଭାପତି ବାଞ୍ଛାନିଧି ମିଶ୍ର ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଆଧ୍ୟାତ୍ମିକ ଚେତନା ସୃଷ୍ଟି ସହ ଭାରତୀୟ ସଂସ୍କୃତି ଉପରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପ୍ରଭାବକୁ ବର୍ଣ୍ଣନା କରିଥିଲେ । ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତହୋଇ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ସ୍କୁଲ ବାରଣ୍ଡାରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ଦଧି ଭାଣ୍ଡ ଭଙ୍ଗା ହୋଇଥିଲା । ଏହି ଅବସରରେ ପରିଚାଳନା ସମିତିର ସମ୍ପାଦକ, ସଭାପତି, ଉପସଭାପତି, ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

ଚନ୍ଦାହାଣ୍ଡି ପ୍ରେସ୍ କ୍ଲବର ବନ୍ଧୁମିଳନ

Sunil Chandra Nayak

କବୟିତ୍ରୀ ସରସ୍ୱତୀ ପଣ୍ଡାଙ୍କ ପୁସ୍ତକ ନୀଳନିମନ୍ତ୍ରଣ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!