ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ଲାଳନପାଳନ ନିୟମାବଳୀ ୨୦୨୪ ସଂକ୍ରାନ୍ତରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ଶ୍ରୀ ଭାସ୍କର ରଇତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ, ଶିଶୁ ମଙ୍ଗଳ କମିଟିର ସଦସ୍ଯ ସଦସ୍ଯାଗଣ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରିକାନ୍ତ ପାଣିଗ୍ରାହୀ, ଜିଲ୍ଲା ସମାନ ମଙ୍ଗଳ ବିଭାଗ ର ସୁରକ୍ଷା ଅଧିକାରୀ ପ୍ରତିମା ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପ୍ରତାପ ଦାଶ, ନିରାକାର ପାଢ଼ୀ, ଜିଲ୍ଲା ର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କର୍ମକର୍ତ୍ତାଗଣ, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତାଗଣ ଯୋଗଦେଇ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ବିଷୟ ରେ ଆଲୋଚନା କରିଥିଲେ। ଅରୁଣା ଅନୁଷ୍ଠାନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ ଉକ୍ତ ନୀୟମାବଳୀ ତାଲିମ ଦେଇଥିଲେ ଓ ବାଲ୍ଯ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ବର ସାହୁ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

୫ ମ ଏକଲବ୍ୟ ସ୍କୁଲ ଜାତୀୟ ସ୍ତରୀୟ ସାଂସ୍କୃତିକ ଏବଂ ସାହିତ୍ୟିକ ଫେଷ୍ଟ ଏବଂ କଳା ଉତ୍ସବରେ ବହଳଦା ଏକଲବ୍ୟ ମଡେ଼ଲ ସ୍କୁଲ ଛାତ୍ର ରାମଚନ୍ଦ୍ର ହାଁସଦା ପ୍ରଥମ

masiha

ସଡ଼କ ପରିବହନ ନିଗମ ମେକାନିକଙ୍କୁ ଶ୍ରଦ୍ଧାଂଜଳି

masiha

Leave a Comment

error: Content is protected !!