ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

ରାୟଗଡ଼ା/କଳାହାଣ୍ଡି: ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣି ଜନସମୁଦାୟରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍ୱଚ୍ଛତା ହି ସେବା ଅଭିଯାନର ଅଂଶସ୍ୱରୂପ ଏକାଧିକ ପ୍ରଭାବୀ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରିଛି। 

୨୦୨୪ ସେପ୍ଟେମ୍ବର ୧୮ ତାରିଖରେ ଏହି ଅଭିଯାନ ମାଇକଞ୍ଚ ସରକାରୀ ହାଇସ୍କୁଲ ଏବଂ ଅଣ୍ଡରାକଞ୍ଚ ସରକାରୀ ପ୍ରାଇମେରୀ ସ୍କୁଲରେ ଶୁଭାରମ୍ଭ କରାଯାଇଥିଲା, ଯେଉଁଥିରେ ୪୦ରୁ ଅଧିକ ଉତ୍ସାହୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ ନିୟୋଜନକାରୀ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ଏକ ସ୍ୱଚ୍ଛ ଭାରତ ନିମନ୍ତେ ଛାତ୍ର ଛାତ୍ରୀଙ୍କର ଭୂମିକା’ ଶୀର୍ଷକ ବିଷୟ ସୃଜନଶୀଳ ଅଭିବ୍ୟକ୍ତିକୁ ପ୍ରେରଣା ଦେଇଥିଲା ଏବଂ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇଥିଲା।

ଏହା ପରେ ୨୦୨୪ ସେପ୍ଟେମ୍ବର ୨୦ ତାରିଖରେ ବାଫିଲମାଳି ବକ୍ସାଇଟ ଖଣି ପରିସରରେ ଏକ ଉଲ୍ଲେଖଯୋଗ୍ୟ ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା। ସଫେଇ କାର୍ଯ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀ ଆନ୍ତରିକତାର ସହିତ ଅଂଶଗ୍ରହଣ କରି ସେମାନଙ୍କ କାର୍ଯ୍ୟ ଏବଂ ଗୋଷ୍ଠୀ ପରିବେଶରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ସ୍ୱଚ୍ଛତା ଶପଥ ପାଠ କରିଥିଲେ। ଆଇସିଡିଏସ୍ କାଶୀପୁର ସହିତ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା ଯେଉଁଥିରେ ୫୫ ଜଣ ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇ ସ୍ୱାସ୍ଥ୍ୟରକ୍ଷା ଏବଂ ସ୍ୱାସ୍ଥ୍ୟ ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। 

ଏଇ ନିକଟରେ ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ହାତୀକମଣ ଗ୍ରାମରେ ଆୟୋଜିତ ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମରେ ସଫେଇ ଅଭିଯାନ, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଏବଂ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏଥିରେ କର୍ମଚାରୀ, ଗ୍ରାମବାସୀ ଏବଂ ଏକ ଡାକ୍ତରୀ ଦଳ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ସର୍ବସାଧାରଣ ସ୍ଥାନଗୁଡିକ ସଫେଇ କରିବା ସହିତ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ, ବର୍ଜ୍ୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନାରେ ସାମିଲ ହୋଇଥିଲେ। 

ଏହି ପ୍ରୟାସଗୁଡିକ କେବଳ ଏକ ସ୍ୱଚ୍ଛ ପରିବେଶକୁ ପ୍ରୋତ୍ସାହିତ କରୁନାହିଁ, ତାହାସହିତ ସ୍ଥାନୀୟ ଜନସମୁଦାୟଙ୍କୁ ସେମାନଙ୍କ ପାରିପାଶ୍ୱର୍ିକ ଅଞ୍ଚଳର ଦାୟିତ୍ୱ ନେବାକୁ ସଶକ୍ତ କରୁଛି। ଅଂଶଗ୍ରହଣକାରୀଙ୍କ ନିକଟରୁ ମିଳିଥିବା ମତାମତ ଅତ୍ୟନ୍ତ ସକାରାତ୍ମକ ଥିଲା, ଏବଂ ଅନେକ ଭବିଷ୍ୟତରେ ଏହିଭଳି ଅଧିକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଇଛା ବ୍ୟକ୍ତ କରିଥିଲେ। 

ବାଫିଲମାଳି ବକ୍ସାଇଟ ଖଣି ସ୍ୱଚ୍ଛତା ହି ସେବା ଅଭିଯାନ ନିମନ୍ତେ ପ୍ରତିବଦ୍ଧ ରହିଛି, ଏବଂ ଏକ ସୁସ୍ଥ ଜୀବନ ଏବଂ ଜନସମୁଦାୟଙ୍କ କଲ୍ୟାଣ ନିମନ୍ତେ ସ୍ୱଚ୍ଛତା ଅତ୍ୟାବଶ୍ୟକ ବୋଲି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ଅଧିକ ସୁଦୃଢ କରୁଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

masiha

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ…..

Sunil Chandra Nayak

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି

masiha

Leave a Comment

error: Content is protected !!