କର୍ଲାପଟ -: ଥୁଆମୂଳ ରାମପୁର ବ୍ଲକ ଗୁଣପୁର ସେକ୍ଟର ର ଆଶାକର୍ମୀ ଓ ଏ ଏନ ଏମ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ କର୍ମଶାଳା ଅନ୍ତୋଦୟ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କର୍ମଶାଳା ରେ ତାଲିମ ଦାତା ଭାବରେ ସେକ୍ଟର ସୁପରଭାଇଜର କିସାନ୍ ଲାଲ ନାଏକ, ଏ ଏନ ଏମ୍ ମିନାକ୍ଷୀ ଥିବା ବେଳେ ଅନ୍ତୋଦୟ ର ସନ୍ଜୀବ ସତପଥୀ, ରବିନାରାୟଣ, ପ୍ରମୁଖ ମୂଖ୍ୟ ଅଂଶ ଗ୍ରହଣ କରିଥିଲେ ଓ ଯୁଗେଶର କର୍ମଶାଳା ପରିଚାଳନା କରିଥିଲେ,। ଏଥିରେ ଆଶା କର୍ମୀ ୫୪ ଜଣ, ସି ଏଚ ଅ ୦୩ ଜଣ ଓ ଏ ଏନ୍ ଏମ୍ ୦୬ ଜଣ ଯୋଗ ଦେଇଥିଲେ। ତା ସହିତ ଗୁଣପୁର ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଓ ଶକ୍ଷୟତୀ ଯୋଗଦେଇ କିଶୋରୀ ଶିକ୍ଷା ଗ୍ରହଣ ଦିଗରେ ଆଲୋଚନା କରି ଥିଲେ।
କର୍ଲାପ।ଟ୍ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ