ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୃଷ୍ଟିହୀନ ତିନି ଭଉଣୀ ଘରେ ପହଞ୍ଚିଲା ପ୍ରଶାସନ 

ଦୃଷ୍ଟିହୀନ ତିନି ଭଉଣୀ ଘରେ ପହଞ୍ଚିଲା ପ୍ରଶାସନ 

ନବରଙ୍ଗପୁର:୨୭/୧୦(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ଗ୍ରାମର ଗୋଟିଏ ପରିବାରର ତିନି ଝିଅ ଦୃଷ୍ଟି ହୀନ ଥିବା ବେଳେ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଥିଲା।ଏନେଇ ଆଜି ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ବ୍ଲକ ପ୍ରଶାସନ ଦୃଷ୍ଟିହୀନ ତିନି ଭଉଣୀଙ୍କ ଘରେ ପହଞ୍ଚିଥିବା ସୂଚନା ମିଳିଛି।ଏଠାରେ ପ୍ରକାଶ ଥାଉ ଯେ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବିରିଗୁଡା ଗ୍ରାମର ଅର୍ଜୁନ ସାନ୍ତାଙ୍କ ତିନିଜଣ ଝିଅ ଦୃଷ୍ଟି ହୀନ ଥିବା ଖବର ପ୍ରକାଶ ପାଇଥିଲା।ବଡ଼ ଝିଅ ଜେମା ସାନ୍ତା(୧୨) ଜନ୍ମରୁ ଦେଖି ପାରୁନଥିବା ବେଳେ ମଝିଆ ଝିଅ ତିଳୋତମା ସାନ୍ତା(୯) ଜନ୍ମରୁ ଆଖି ଦୁଇଟି ଠିକ ଥିଲା।ତେବେ ଗତ ତିନି ବର୍ଷ ତଳେ ହଠାତ ଦୁଇଟି ଆଖିରୁ ପାଣି ବାହାରିବା ସହ ଯନ୍ତ୍ରଣା ହୋଇଥିଲା।ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ।କିନ୍ତୁ କୌଣସି ସୁଫଳ ମିଳି ନ ଥିଲା।ସଚେତନତା ଅଭାବ ସହ ଆର୍ଥିକ ସ୍ୱଚ୍ଛଳ ନଥିବା ଯୋଗୁଁ ଉନ୍ନତ ଚିକିତ୍ସା କରିପାରି ନ ଥିଲେ।ଫଳରେ ତିଳୋତମାର ବାମ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ଡାହାଣ ଆଖି ଅଳ୍ପ ଦେଖା ଯାଉଥିଲା।ତିଳୋତମା ଉମରକୋଟ ମୁକ ବଧିର ସ୍କୁଲରେ ରହୁଥିବା ପରିବାର ଲୋକ କହିଥିଲେ।ଯଦି ପ୍ରଶାସନ ପକ୍ଷରୁ ଉନ୍ନତ ଚିକିତ୍ସା କରାଯାଆନ୍ତା,ତେବେ ଡାହାଣ ଆଖି ଠିକ ହୋଇଯିବ ବୋଲି ପରିବାର ଲୋକ କହିଥିଲେ।ସେହିପରି ସାନ ଝିଅ ମମତା ସାନ୍ତା(୩) ଜନ୍ମରୁ ଦେଖି ପାରୁ ନ ଥିବା ପରିବାର ଲୋକ କହିଥିଲେ।ଏହି ଖବରଟି ପ୍ରକାଶ ପାଇବା ପରେ ଆଜି ସକାଳୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାର୍ମାସିଷ୍ଟ ଗିରିଶ ଚନ୍ଦ୍ର ଜାଲ ଦୃଷ୍ଟି ହୀନ ତିନି ଭଉଣୀ ଘରେ ପହଞ୍ଚି ଦୃଷ୍ଟି ହୀନ ତିନି ଭଉଣୀଙ୍କ ଚକ୍ଷୁ ଚିକିତ୍ସା ପାଇଁ ପରିବାର ଲୋକଙ୍କ ସହ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଆସିଥିଲେ।ଆଉ କିଛି ଦିନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନି ଭଉଣୀଙ୍କ ଚକ୍ଷୁ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଡାକ୍ତର ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ରସାୟନ ବିଜ୍ଞାନରେ ଅଧ୍ୟାପକଙ୍କ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିଲାଭ

Sunil Chandra Nayak

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

masiha

ବିଭିନ୍ନ ଦାବିରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା;ଜୁନ ପହିଲାରୁ ସମୂହ ଛୁଟିରେ ଯିବେ

Sunil Chandra Nayak

Leave a Comment

error: Content is protected !!