ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ରଞ୍ଜନ ପ୍ରଧାନ ଙ୍କ କଳିକା

କଳିକା

 

ବିଶ୍ବର କରତା ଜଗତର ସ୍ରଷ୍ଟା ଜଗତ କରିଲେ ସୃଷ୍ଟି

ନିର୍ଜୀବ ଦେହରେ ସଜୀବ ର ଭାବ ଦେଇ ଅଛନ୍ତି ପ୍ରକଟି।

 

ଦୁବ ହେଉ କି ସେ ପିମ୍ପୁଡ଼ି ଟି ହେଉ ସଂସାର ନିୟମ ବନ୍ଧା

ପତ୍ରର ସନ୍ଧିରୁ କଳିକା ଜନମ ଏ ଆଟଇ ମଧୁଛନ୍ଦା।

 

ନବ କଳିକାକୁ ଧରି ହସୁଥାଏ ନୂଆ ପ୍ରସୁତି ସେ ମାଆ

ଜନନୀ ଗର୍ଭ ରେ ଯୁଗ୍ମଜ ଉତ୍ପତ୍ତି ମାଆ ହୋଇଥାଏ ରାହା।

 

କଳିକା ବଢିଲେ ହେବ ସେ କୁସୁମ ମହକାଇ ବ ଧରଣୀ

ସେହି ମହକରେ ଅଛି ଭବିଷ୍ୟତ ମନରେ କେତେ କାହାଣୀ।

 

ଫୁଟିବା ଆଗରୁ ଫିଙ୍ଗି ଦିଅ ନାହିଁ ସିଏ ଦେଶ ଭବିଷ୍ୟତ

ତାଙ୍କରି ହସରେ ହସିବ ଦୁନିଆଁ ଦେଖିବ ସାରା ଜଗତ।

 

ସାତ ରଙ୍ଗ ସାତ ସୁର ଦେଇ ପ୍ରଭୁ କଳିକା କରିଲେ ସୃଷ୍ଟି

ଫିଙ୍ଗି ଦେଉଛନ୍ତି ପଚା ମାଛ ସମ କିଏ ତା ଦୁଃଖ ବୁଝନ୍ତି।

 

କଳିକାର ସଦୃଶ୍ୟ ଦୁହିତା ଅଟନ୍ତି ଦୁଇ କୂଳ ହିତ ପାଇଁ

ଫୁଟିଲେ ତାଙ୍କର ମହମହ ବାସ ମହକି ଉଠିବ ମହି।

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ

Sunil Chandra Nayak

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!