ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ରଞ୍ଜନ ପ୍ରଧାନ ଙ୍କ କଳିକା

କଳିକା

 

ବିଶ୍ବର କରତା ଜଗତର ସ୍ରଷ୍ଟା ଜଗତ କରିଲେ ସୃଷ୍ଟି

ନିର୍ଜୀବ ଦେହରେ ସଜୀବ ର ଭାବ ଦେଇ ଅଛନ୍ତି ପ୍ରକଟି।

 

ଦୁବ ହେଉ କି ସେ ପିମ୍ପୁଡ଼ି ଟି ହେଉ ସଂସାର ନିୟମ ବନ୍ଧା

ପତ୍ରର ସନ୍ଧିରୁ କଳିକା ଜନମ ଏ ଆଟଇ ମଧୁଛନ୍ଦା।

 

ନବ କଳିକାକୁ ଧରି ହସୁଥାଏ ନୂଆ ପ୍ରସୁତି ସେ ମାଆ

ଜନନୀ ଗର୍ଭ ରେ ଯୁଗ୍ମଜ ଉତ୍ପତ୍ତି ମାଆ ହୋଇଥାଏ ରାହା।

 

କଳିକା ବଢିଲେ ହେବ ସେ କୁସୁମ ମହକାଇ ବ ଧରଣୀ

ସେହି ମହକରେ ଅଛି ଭବିଷ୍ୟତ ମନରେ କେତେ କାହାଣୀ।

 

ଫୁଟିବା ଆଗରୁ ଫିଙ୍ଗି ଦିଅ ନାହିଁ ସିଏ ଦେଶ ଭବିଷ୍ୟତ

ତାଙ୍କରି ହସରେ ହସିବ ଦୁନିଆଁ ଦେଖିବ ସାରା ଜଗତ।

 

ସାତ ରଙ୍ଗ ସାତ ସୁର ଦେଇ ପ୍ରଭୁ କଳିକା କରିଲେ ସୃଷ୍ଟି

ଫିଙ୍ଗି ଦେଉଛନ୍ତି ପଚା ମାଛ ସମ କିଏ ତା ଦୁଃଖ ବୁଝନ୍ତି।

 

କଳିକାର ସଦୃଶ୍ୟ ଦୁହିତା ଅଟନ୍ତି ଦୁଇ କୂଳ ହିତ ପାଇଁ

ଫୁଟିଲେ ତାଙ୍କର ମହମହ ବାସ ମହକି ଉଠିବ ମହି।

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ସମୟ ସୁଅ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହଜିଲା ଦିନ

Sunil Chandra Nayak

ଲୋକାର୍ପିତ ହେଲା ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରୀମିଙ୍ଗ ଆପ୍

Sunil Chandra Nayak

Leave a Comment

error: Content is protected !!