ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବିଶିଷ୍ଟ ଶିଳ୍ପପତି ଙ୍କ ବିୟୋଗ

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବିଶିଷ୍ଟ ଶିଳ୍ପପତି ଙ୍କ ବିୟୋଗ 

ନର୍ଲା ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପବିତ୍ର କୁମାର୍ ନିଜ ବାସଭବନ ଯୋଡ଼ାବନ୍ଦ୍ ଠାରେ ଇହ ଧାମ ତ୍ୟାଗ କରିଛନ୍ତି, ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ବୟସ ହୋଇ ଥିଲା । ସେ ଜଣେ ମେଲପି , ପରୋପକାରୀ, ମିଷ୍ଠ ଭାଷୀ ବିକ୍ତିତ୍ଵ ଥିଲେ । ସେ ନର୍ଲା ବ୍ଲକ୍ ର ଅଧ୍ୟକ୍ଷ ଭାବରେ ସୁଚାରୁ ରୁପେ ତାଙ୍କ ର କାର୍ଯ ଭାର ତୁଲେଇ ଥିଲେ। ତାଙ୍କ ବିୟୋଗ ରେ ନର୍ଲା ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ୍ ଚାନ୍ଦ୍, ବର୍ତମାନ ର ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଜେପି ନର୍ଲା ନିର୍ବାଚନ ମଣ୍ଡଳୀ ର ବୁଥ୍ ସଂଯୋଜକ ମନ୍ମୟ ଚାନ୍ଦ୍,ଓ ବିଭିନ୍ନ ସାମ୍ବାଦିକ ଶୋକ ପ୍ରକାଶ କରିଛନ୍ତି।

ଠିକ୍ ସେହି ପରି ନାର୍ଲା ବ୍ଲକ୍ ର ଜଣେ ଜଣା ଶୁଣା ସମାଜ୍ ସେବୀ ତଥା ବିଶିଷ୍ଟ ଶିଳ୍ପପତି ଗୋବିନ୍ଦ୍ ରାମ୍ କେଡିଆ ଙ୍କ ମଧ୍ୟ ରାୟପୁର ସ୍ଥିତ ନିଜ ବାସ ଭବନ ରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇ ଥିଲା, ମୃତ୍ୟୁ ସମୟରେ ତାଙ୍କ ପୁଅ ବିମଳ କୁମାର କେଡ଼ିଆ, ପୁତ୍ର ବଧୂ ଓ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ତାଙ୍କ ବିୟୋଗ ରେ ନର୍ଲା ର ବଣିକ ସଂଘ ସହିତ ବିଭିନ୍ନ ସମାଜ ସେବୀ ଓ ସାଧାରଣ ଲୋକ ମଧ୍ୟ ଶୋକ ବ୍ୟକ୍ତ କରିଥିଲେ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ଡ଼ମ ସମାଜର ବିଶାଳ ଦିଆଲି ସମାବେଶ

Sunil Chandra Nayak

ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

Sunil Chandra Nayak

କଟକ ସଦର ୪୨ ମୌଜାରେ ମାଟି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!