ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କୁ ଅନୁସୂଚୀତ ଜାତି ମୋର୍ଚ୍ଚାର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ରାଉରକେଲା : ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ସେକ୍ଟର -୩, ରାଉରକେଲାରେ ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚା ତରଫରୁ ଭାରତରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା କାର୍ଯ୍ୟକାରୀଣି ସଦସ୍ୟ ତଥା ରାଜ୍ୟ ସଂଯୋଜକ ଭ୍ରମରବର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦନ ସ୍ବରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେହି ମହାନ ଯୋଗ ଜନ୍ମା ଭାରତର ବରପୁତ୍ର , ଭାରତ ରତ୍ନ ଡ ବି ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭ୍ରମରବର ବେହେରା ସ୍ଵାଗତ ଭାଷଣ ଦେବା ସହିତ ଡ ଆମ୍ବେଦକରଙ୍କର ସୃତି ଚରଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଚନ୍ଦନ ସ୍ବରାଜ ଭାରତରତ୍ନ ସମ୍ବିଧାନ ପ୍ରଣେତା ବାବାସାହେବଙ୍କ ସୃତିଚାରଣ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଡ ଆମ୍ବେଦକର ଭାରତୀୟଙ୍କୁ ସମ୍ବିଧାନ ମାଧ୍ୟମରେ ସାମାଜିକ , ଅର୍ଥନୈତିକ, ରାଜନୌତିକ ନ୍ୟାୟ ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଭାବପ୍ରକାଶ , ଧର୍ମ ଆଚରଣରେ ସ୍ଵାଧୀନତା, ସମସ୍ତଙ୍କ ମଧ୍ୟରେ ଜାତୀୟ ଏକତା ଓ ସଂହତିର ଅଭିବୃଦ୍ଧି ବ୍ୟବସ୍ଥା ପ୍ରଦାନ କରିଥିବା ପ୍ରକାଶ କରିଥିଲେ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଆଇନଜ୍ଞ ଏବଂ ଅର୍ଥନୀତିଜ୍ଞ ଓ ରାଜନେତା ଥିଲେ । ତାଙ୍କର ମାନବ ପ୍ରେମ , ଉଦାର ପୌରୁଷ ପାଇଁ ଚିରଦିନ ସ୍ୱରଣୀୟ ହେଇ ରହିଛନ୍ତି। କଂଗେସ ଦଳ ସମ୍ବିଧାନ ଧରି ବୁଲୁଥିବା ବେଳେ ଦୀର୍ଘ କାଳ ଶାସନ ମଧ୍ୟରେ ତାଙ୍କୁ ଭାରତ ରତ୍ନ ଦେଇ ନଥିଲେ କି ତାଙ୍କୁ ଗୁରୁତ୍ଵ ଦେଉ ନଥିଲେ । ତାଙ୍କର ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣୀତ ହେବା ପାଇଁ ଆହ୍ବାନ ଦେଇଥିଲେ । ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁଶିଲ ସେଠି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସମ୍ପାଦକ ସରୋଜ ଦାସ ଆଦି ନେତୃବୃନ୍ଦ ଡ ଆମ୍ବେଦକରଙ୍କ ଜୀବନୀ ଓ ଅବଦାନ ଉପରେ ଆଲୋକ ପାତ୍ କରିଥିଲେ । ଜିଲ୍ଲା ମୋର୍ଚ୍ଚା ଉପସଭାପତି ସୁଧାକର ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚୀତ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପବିତ୍ର ମୋହନ ବେହେରା, ଧନେଶ୍ଵର ତନ୍ତୀ, ଜୟକ୍ରିଷ୍ଣ ବେହେରା, ନିବେଦିତା ତନ୍ତୀ, ସନ୍ତୋଷ କୁମାର ବିରାଟ, ମନୋଜ ପଟ୍ଟନାୟକ, ଅକ୍ଷୟ ଦାଶ, ଅଶୋକ କୁମାର ଲେଙ୍କା, ଗୌତମ ଦୁଙ୍ଗିରି, ପ୍ରଭାସିନୀ ଡିଙ୍ଗୁରି ହେମନ୍ତ ଜେନା, ସିବୁରନ୍ ରାୟ , ରବୀନ୍ଦ୍ର ବାରିକ, ଗଦୁ ବାଗ, ଜନି ରୋବର୍ଟଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାରସ୍ଵତ ଜଗତର ଅଭୂଲା ହୀରା ଥିଲେ ଭାଗୀରଥି

Sunil Chandra Nayak

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

masiha

ପାଞ୍ଚ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ବେୟଅଟକଳ ରେ କପିଳପ୍ରସାଦ – ଜଟଣୀ ରାସ୍ତା ଭୂମି ପୂଜନ କଲେ ବିଧାୟକ

Leave a Comment

error: Content is protected !!