ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାଁ ହଣ୍ଡା ଖଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାବଣାଗୁଡା ଦଳ ଚମ୍ପିୟାନ 

ମାଁ ହଣ୍ଡା ଖଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାବଣାଗୁଡା ଦଳ ଚମ୍ପିୟାନ 

ନବରଙ୍ଗପୁର:(୭|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ପଞ୍ଚାୟତ ମାଲେକୋଟ ଷ୍ଟାଡିୟମଠାରେ ମଙ୍ଗଳବାର ମାଁ ହଣ୍ଡା ଖଡ଼ିଆ ଅନ୍ତ-ଜିଲ୍ଲାସ୍ଥରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇ ଟୁର୍ଣାମେଣ୍ଟର ଉଦଯାପନୀ ମ୍ୟାଚର ଶୁଭାରମ୍ଭ କରିଥିଲେ । ଗତ ଡ଼ିସେମ୍ବର ୨୧ତାରିଖର ଏହି  ଟୁର୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ମୋଟ ୧୬ଟି ଦଳ ଏହି ଟୁର୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଗତ ସେମିଫାଇନାଲ ମ୍ୟାଚରେ ରାବଣାଗୁଡ଼ା ଦଳ ଲକ୍ଷ୍ମୀ୧୧ ଦଳକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ ସିଟି ଏକାଦଶ ମୋକିଆ ଦଳକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ରାବଣାଗୁଡ଼ା ଏକାଦଶ ଦଳ ଓ ସିଟି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ରାବଣାଗୁଡ଼ା ଦଳ ବିଜୟ ଲାଭ କରିଛି । ବିଜୟୀ ଦଳକୁ ଟ୍ରଫି ସହ ୨୦ହଜାର ଏବଂ ଉପ-ବିଜେତା ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ପ୍ରଦାନ କରାଯାଇଛି । ଟୁର୍ଣାମେଣ୍ଟର ଉଦଘାଟନୀ ଖେଳରେ ଜଗା ଦାସ ଏବଂ ଚନ୍ଦ୍ର ବାବୁ ଖେଳ ପରିଚାଳନା କରିଥିଲେ ।ବିଜେପି ନବନିର୍ବାଚିତ ମଣ୍ଡଳ ସଭାପତି ଶ୍ରୀ ରମେଶ ଭତରା, ଭୀମ ସମରଥ, ରତ୍ନାକର ମାଳି,ନାରାୟଣ ଭତ୍ରା,କର୍ଣ୍ଣ, ଅର୍ଜୁନ, ହରି କମ୍ଭାର, ବୁଟି କମ୍ଭାର ପ୍ରମୂଖ ବିଧାୟକଙ୍କ ସହ ଯୋଗ ଦେଇ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

33 ତମ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଭୁବନ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ

masiha

ଦୀପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଇଚ୍ଛାପୁରମ କୁ ପରାସ୍ତ କରି ହିଞ୍ଜିଳି ରୟାଲ କ୍ଳବ ଚମ୍ପିୟାନ

Sunil Chandra Nayak

ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳ ଘୋଷଣା

masiha

Leave a Comment

error: Content is protected !!