ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

ଝିରପାଣି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ 

ରାଉରକେଲା: ବିଜୁ ପଟ୍ଟନାୟକ ଜୟନ୍ତୀ ଉପଲକ୍ଷେ ମା ସର୍ବମଙ୍ଗଳା ଚାରିଟେବୁଲ ଟ୍ରଷ୍ଟ ଓ ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଝିରପାଣି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ର ମୁଖ୍ୟ ହରେକୃଷ୍ଣ ନାୟକଙ୍କ ଆବାହକତ୍ବ ଓ ଗୈାରୀ କୁମ୍ଭାରଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ବିଜେଡି ର ବରିଷ୍ଠ ନେତା ଆର୍ତ୍ତ ମହାରଣା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ବିଜୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେ କେକ୍ କାଟି ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ଏହା ସହ ଅନୁଷ୍ଠାନର ସାମାଜିକ ପ୍ରତିଶୃତିବଦ୍ଧତା ଓ ଦାୟିତ୍ଵବୋଧ କୁ ସାଧୁବାଦ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସମାଜସେବୀ ମିତ୍ରଭାନୁ ପଣ୍ଡା,ରାଜେନ୍ଦ୍ର ପଣ୍ଡା, କାର୍ତ୍ତିକ ରାଉତ, ବିଶ୍ବଜିତ ରାଉତ, ସରପଞ୍ଚ ଏ ତିର୍କି,ସମିତି ସଭ୍ୟା ପ୍ରତିମା ପାତ୍ର,ସୁମତୀ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି କରିବ ବୋଲି ମତ ରଖିଥିଲେ। ଏହି ଅବସରରେ ସିଡବ୍ଲୁଏସ ହସ୍ପିଟାଲର ଖାଦ୍ୟ ମାଗଦର୍ଶିକା ସି ପୁଷ୍ପାକୁମାରୀ ଖାଦ୍ୟ ସମ୍ପର୍କୀତ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଏହି ଶିବିରରେ ଆଖପାଖ ଅଞ୍ଚଳରୁ ପ୍ରାୟ ୨୭୩ ଜଣ ଜନସାଧାରଣ ଚକ୍ଷୁ,ବ୍ଲଡ ପ୍ରେସର, ମଧୁମେହ, ସ୍ବାସ୍ଥ୍ୟ ସମସ୍ୟା ଆଦି ପରୀକ୍ଷା କରିଥିଲେ। ଏଥିରେ ନିଃଶୁଳ୍କ ଚଷମା ଓ ପରାମର୍ଶ ଯୋଗାଇ ଦିଆଯାଇଥିଲା। ହାଇଟେକ୍ ମେଡିକାଲ ତରଫରୁ ଡାକ୍ତର ଅର୍ଚ୍ଚନା ପଣ୍ଡା, ଡାକ୍ତର ଭବାନୀ ସାହୁ, ଡାକ୍ତର ଶିବପ୍ରସାଦ ଶତପଥୀ, ଡାକ୍ତର ସୋୟେବ ରଜାକ, ହସ୍ପିଟାଲର ବରିଷ୍ଠ ଅଧିକାରୀ ଶୁଭାଶିଷ ତ୍ରିପାଠୀ,ସଞ୍ଜୁକ୍ତା ରଣମନ୍ଥନ ସିଂହ,ବେବି ସୋରେନ, ଜ୍ଞାନରଞ୍ଜନ ଦାସ, ଗୀତାଞ୍ଜଳି ପଣ୍ଡା,ଓମଶ୍ରୀ ଦାସ, ମମତା ଲାକ୍ରା, ଦୀପିକା ପାତ୍ର,ନଗେନ ଧଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଝିରପାଣି ସ୍କୁଲର ଶତାଧିକ ଛାତ୍ର ଛାତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା କରାଇଥିଲେ। କାର୍ଯ୍ୟକ୍ରମର ସଫଳତା ଆବାହକ ଶ୍ରୀ ନାୟକ କୃତଜ୍ଞତା ଓ ମିତ୍ରଭାନୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

ଜାତୀୟ ଵିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରିଦର୍ଶନ ସମୟରେ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କିତ ବୈଠକ

Sunil Chandra Nayak

ଉଚ୍ଚ ଶିକ୍ଷା, ନୈତିକତା ଓ ମାନବିକତାର ପ୍ରତୀକ : ପ୍ରାଧ୍ୟାପକ ଡକ୍ଟର ସେକ୍ କଲିମୁଲ୍ଲା

masiha

Leave a Comment

error: Content is protected !!