ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୋଲିସ ସମିତି ବୈଠକ 

ଆମ ପୋଲିସ ସମିତି ବୈଠକ 

ଡାବୁଗାଁ, ୨୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଧୀନ ତୋରେଗାଁ ପଞ୍ଚାୟତ ପରିସରରେ ଡାବୁଗାଁ ଥାନା ପୋଲିସ ତରଫରୁ ଆମ ସମିତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା, ଭାରତୀୟ ଶାଖ୍ୟ ଆଇନ, ସାଇବର ଆର୍ଥିକ ଅପରାଧ, ଟ୍ରାଫିକ ନିୟମ, ମଦ ପଈ ଗାଡି ନାଚଳାଇବା, ବାଲ୍ୟ ବିବାହ ଆଇନ, ଜାତିପ୍ରଥା , ସାମାଜିକ ବାସନ୍ଦ ଉପରେ ଥିବା ଆଇନ, ସାମ୍ବିଧାନିକ ଅଧିକାର ଉପରେ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏଥିରେ ସବ ଇନିସ୍ପେକ୍ଟର ଚନ୍ଦନ ସାହୁ, ଶିଂସାରୀ ଫାଣ୍ଡି ଅଧିକାରୀ ହରିହର ଭତ୍ରା, ତୋରେଗାଁ ପଞ୍ଚାୟତ ସରପଞ୍ଚ ମନୁରାମ ମାଝି, ଥାନା ହାବିଲଦାର ଶିବ ଶଙ୍କର ଭଞ୍ଜ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଗ୍ରାମବାସୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜେଇଇ- ମେନ୍ ପ୍ରବେଶିକା ପରୀକ୍ଷାରେ ଧର୍ମଗଡ଼ ର ଛାତ୍ର କୌଶିକ କୁମାର ସାହୁଙ୍କ କୃତିତ୍ୱ

Sunil Chandra Nayak

ବାଲ୍ୟବିବାହ ରୋକିଲା ତେନ୍ତୁଳିଖୁଣ୍ଟି ପୋଲିସ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଟିଆଗୁଡା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!