ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା ଘଟଣା…. କଟାମୁଣ୍ଡ ଉଦ୍ଧାର

 ୧୩ ଦିନ ପରେ ବୈଝାଲି ସାଗରରୁ ଉଦ୍ଧାର ହେଲା ମୁଣ୍ଡ….

 କଳାହାଣ୍ଡି ଜିଲ୍ଲା କଲମ ପୁର ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ରୁପସିଂ ମାଝୀ ହତ୍ୟା ରହସ୍ୟରୁ ପରଦା ହଟିଛି।ରୁପସିଂ ମାଝୀକୁ ହତ୍ୟା କରିବା ଅଭିଯୋଗରେ ହତ୍ୟାକାରୀ ଯୁବକ ଲିଙ୍ଗରାଜ ମାଝୀ ଏବେ ଜେଲର। ହତ୍ୟାର ୧୧ ଦିନ ପରେ ହତ୍ୟାକାରୀ ଲିଙ୍ଗରାଜର ସୂଚନାକୁ ଆଧାର କରି ଦେପୁର ଗ୍ରାମର ବୈଝାଲି ସାଗରରୁ ଉଦ୍ଧାର ହେଇଥିଲା ରୁପସିଂ ର ମୁଣ୍ଡ ବିହୀନ ଶରୀର। କିନ୍ତୁ ମୁଣ୍ଡ ମିଳିନଥିଲା। ପୁଲିସ ପକ୍ଷରୁ ବଲାଙ୍ଗିର ଓଡ୍ରାଫ ଟିମ୍ ସହାୟତାରେ ମୁଣ୍ଡକୁ ଖୋଜାଯାଇଥିଲା । ଆଜି ଶୁକ୍ରବାର ବୈଝାଲି ସାଗରରୁ କଟା ମୁଣ୍ଡ ମିଳିଛି। ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ଥିବା ଗଣ୍ଡି ଏବଂ ଆଜି ଉଦ୍ଧାର ହେଇଥିବା ମୁଣ୍ଡ କୁ ପରୀକ୍ଷା ପାଇଁ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରତି କରାଯାଇଛି ।

ସୂଚନାଯୋଗ୍ୟ ଯେ,ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ୨୨ ବର୍ଷର ଯୁବକ ଗ୍ରାମର ୬୫ ବର୍ଷ ର ବୃଦ୍ଧା ରୂପ ସିଂ ମାଝୀଙ୍କୁ ପଞ୍ଚାୟତ ଗୃହଠାରେ ହତ୍ୟା ହୋଇଥିଲା।ପରେ ଶବକୁ କାନ୍ଧରେ ବୋହି ଗାଁ ପୋଖରୀକୁ ନେଇ ମୁଣ୍ଡ ଓ ଗଣ୍ଡି ଅଲଗା କରି ପୋଖରୀରେ ପୋତି ଫେରାର ହୋଇଯାଇଥିଲା |

ଏନେଇ ମୃତକଙ୍କ ପରିବାର ଲୋକେ କଲମପୁର ଥାନାରେ ଏତଲା ଦେବାପରେ ପୋଲିସ ମାମଲା ରୁଜୁ କରି ଜଣେ ଯୁବକ ଉପରେ ସନ୍ଦେହ କରି ଗୋଆରୁ ଗିରଫ କରିଥିଲା। ପରେ ଯୁବକ ସତ ସ୍ଵୀକାର କରି କ୍ରାଇମ କ୍ରାଇମ ରିକ୍ରିୟେସନ ସମୟରେ ଘଟଣା ସ୍ଥଳକୁ ଯାଇ ଗୋଟି ଗୋଟି କରି ସବୁ ସତକହିଥିଲା। ଜୁନାଗଡ, ଜୟପାଟଣା, କଲମପୁର ଥାନା ପୋଲିସ ସମେତ ବଲାଙ୍ଗୀର ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ପୋଖରୀ ମଧ୍ୟରେ ମୃତକ ରୂପସିଂର ଗଣ୍ଡିକୁ ଉଦ୍ଧାର କରିଥିଲେ।ଗୁଣିଗାରେଡି ସନ୍ଦେହରେ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଦେପୁର ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବକାରୀ ବିଭାଗ ପକ୍ଷରୁ କପ ସିରଫ ଜବତ

Sunil Chandra Nayak

ରାଇରଙ୍ଗପୁର ପୌର ପାଳିକାର ସ୍ୱତନ୍ତ୍ର ସ୍କ୍ୱାଡ଼ ଦ୍ୱାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢ଼ାଉ

masiha

ଗହିରମଥା ସାମୁଦ୍ରୀକ ଅଭୟାରଣ୍ୟରେ ଵେନୀୟମ ମାଛ ମରା ଟ୍ରଲର ସହ 11ଗିରଫ

masiha

Leave a Comment

error: Content is protected !!