ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

ହମିରପୁର ରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ 

ରାଉରକେଲା: ହମିରପୁର ସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଏକ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ହମିରପୁର ଉନ୍ନୟନ ପରିଷଦ ର ସଭାପତି ଡ଼ଃ ସୁମନ ଦତ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାମ୍ପରେ ଆରଆଇ ଦୀପମାଲା ବୋଷ ଓ ସହଯୋଗୀ ଭାବେ ରୋଜିତା କୁଜୁର ଉପସ୍ଥିତ ରହି ଖଜଣା,ପଟ୍ଟା ସଂଶୋଧନ ଓ ଅନ୍ୟାନ୍ୟ ଜମିଜମା କାର୍ଯ୍ୟକ୍ରମ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରାୟ ୩୨ଟି କେଶ୍ ର ସମାଧାନ କରାଯାଇଥିଲା। ସେହିପରି ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଅନ୍ୟ ଏକ କ୍ୟାମ୍ପ ହମିରପୁର ସ୍ଥିତ ମିଲନ କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଆଜିର ଏହି କ୍ୟାମ୍ପକୁ ପରିଚାଳନା ରେ ଡ଼ଃ ସୁମନ ଦତ୍ତ, ଦେଓନିସ ଲାକ୍ରା, ସନ୍ତୋଷ ରାଜଗୁରୁ, ବିଷ୍ଣୁ ଚରଣ ନାୟକ,ଦେଓନିସ କିଣ୍ଡୋ,ଡ଼ା ଗୋପାଳ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ନବମ ଦିନ

masiha

ପଞ୍ଚାୟତ ସ୍ତରୀୟ ପଞ୍ଚାୟତୀରାଜ ଓ ଲୋକ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!