ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ଗ୍ରାମର ରୋସନ  ସଫଳତା ହାସିଲ କଲେ  ନିଟ୍ – ୟୁଜି ପରୀକ୍ଷା ୨୦୨୫ 

ରୁପ୍ରା ଗ୍ରାମର ରୋସନ  ସଫଳତା ହାସିଲ କଲେ  ନିଟ୍ – ୟୁଜି ପରୀକ୍ଷା ୨୦୨୫ 

ରୁପ୍ରା, ୧୪/୬ (ଅଜୟ ସେନାପତି) : ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରୁଥିବା ବେଳେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ ନାମ ଘୋଷଣା କରିଛି। ତେବେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ଶିକ୍ଷକ ଜନ୍ମେଜୟ ସେନାପତି ଓ ସୁଶୀଲା ସେନାପତିଙ୍କ ପୁଅ ରୋସନ ସେନାପତି ଉକ୍ତ ନିଟ୍ – ୟୁଜି ପରୀକ୍ଷା ୨୦୨୫ ରେ ସର୍ବ ଭାରତୀୟ ସ୍ତରରେ ୧୯,୭୮୩ ରେଙ୍କ୍ ଓ ଓବିସି କୋଟାରେ ୮୮୫୧ ରେଙ୍କ୍ ସହ ମୋଟ୍ ୭୨୦ ମାର୍କରୁ ୫୩୬ ମାର୍କ୍ ପାଇ ଡାକ୍ତରୀ ପାଠ ପଢିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରୁପ୍ରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସେନାପତିଙ୍କ ଜ୍ୟେଷ୍ଠ ନାତି ହେଉଛନ୍ତି ରୋସନ ସେନାପତି, ସେହିପରି ସାମ୍ବାଦିକ ଅଜୟ ସେନାପତିଙ୍କ ପୁତୁରା (ଭାଇଙ୍କ ପୁଅ) ଅଟନ୍ତି। ରୋସନ ସେନାପତି ୨୦୨୨ ସାଲରେ ଦ୍ୱାଦଶ ପାଠ ପଢି ସାରିବା ପରେ ଭୂବନେଶ୍ବର ସ୍ଥିତ ୟୁବୋଦୟ ଠାରେ ରହି ମେଡିକାଲ୍ ପାଇଁ ପାଠ ପଢିଥିଲେ, ସେହିପରି ୨୦୨୪/୨୫ରେ ଅନ୍ ଲାଇନ୍ ମାଧ୍ୟମରେ ପ୍ରସ୍ତୁତି ଆରମ୍ଭ କରି ଉକ୍ତ ସଫଳତା ଅର୍ଜନ କରିଛନ୍ତି। ଏହି ଖବର ଜଣାପଡିବା ପରେ ଅଞ୍ଚଳରେ ଖୁସିରେ ଲହରୀ ଖେଳିଯାଇଛି ଓ ରୋସନ ପାଖକୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି।

Related posts

ଗ୍ରାମୀଣ ମହିଳା ଓ ଯୁବତୀଙ୍କ ସ୍ୱାବଲମ୍ବନ ପାଇଁ ଆଗେଇ ଆସିଲା Operation AGAPE Skill Development Center

Sunil Chandra Nayak

ଶିବମ୍ କୁମାର ସିଂ ଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ସ୍ମୃତି ସ୍ବର୍ଣ୍ଣ ପଦକ 

Sunil Chandra Nayak

ମାନସିକ ଅନଗ୍ରସର ବିଦ୍ୟାଳୟ ପରିଦର୍ଶନ କଲେ ମୋ ଅନୁଷ୍ଠାନ ସମ୍ପାଦକ

masiha

Leave a Comment

error: Content is protected !!