ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

ଉଦଯାପିତ ହେଲା ସୁନ୍ଦରପୁର ରଜ ମହୋତ୍ସବ

ଖଇରା,୧୭/୬/୨୫- ଦୀର୍ଘ ୪ ଦିନ ଧରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିବା ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି । କମିଟିର ସଭାପତି ପ୍ରାଧ୍ଯାପକ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଷ୍ଟା ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ଏବଂ ନନ୍ଦ କିଶୋର ସାହୁ, ଅଜୟ ସ, ବାଲ୍ମୀକି ନାୟକ, କରୁଣାକର ପାଣି, ସୁରେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମଞ୍ଚ ପରିଚାଳନା କରିଥିଲେ ମେମ୍ବର କୁଞ୍ଜଲତା ମାହୁଁନ୍ତ ଓ ବିଶ୍ବକଲ୍ଯାଣ ନାୟକ । ବେଦପାଠ କରିଥିଲେ ପଣ୍ଡିତ ବିରଞ୍ଚି ନାରାୟଣ ପଣ୍ଡା । ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଭାଚାରାର ପର୍ବ ହେଉଛି ରଜ ପର୍ବ । ହଜିଯାଉଥିବା ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଭବିଷ୍ୟତ ପାଇଁ ଉଜ୍ଜୀବିତ କରି ରଖିବା ଏ ମହୋତ୍ସବର ମୂଳ ଲକ୍ଷ୍ୟ । ରଜ ପର୍ବର ମହତ୍ତ୍ଵ ବିଷୟରେ ଅତିଥି ମାନଙ୍କ ବକ୍ତବ୍ୟ ଖୁବ୍ ଚମତ୍କାର ଥିଲା । ପ୍ରତ୍ୟେକ ଦିନ ସିନିୟର, ଜୁନିୟର ଓ ସବ-ଜୁନିୟର ପିଲା ମାନଙ୍କୁ ନେଇ ନାଚ, ଗୀତ, ଏକକ ଅଭିନୟ ଓ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷ ଦିନ ରଜରାଣୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୁଇନ୍ ବଛାଯାଇଥିଲା । ରଜ କୁଇନ୍ ଭାବେ ସିନିୟର ବିଭାଗର ସ୍ମୃତିରେଖା ନାୟକ, ଜୁନିୟର ବିଭାଗର ବସନ୍ତ ମଞ୍ଜରୀ ସାମଲ ଓ ସଵ- ଜୁନିୟର ବିଭାଗର ବିଷ୍ଣୁପ୍ରିୟା ପ୍ରଧାନ ନିର୍ବାଚିତ ହୋଇଥିଲେ । ଅତିଥି ମାନଙ୍କ ଦ୍ବାରା ରଜ କୁଇନ୍ ମାନଙ୍କୁ ରୂପା ମୁକୁଟ ଓ ୫ ହଜାର ଟଙ୍କାର ଚେକ୍ ସହିତ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ପ୍ରତ୍ୟେକ ଦିନର କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥି ମାନେ । ସଭାପତି ସୁରେନ୍ଦ୍ର ନାଥ ରାଉତ, ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର ଓ ଉପଦେଷ୍ଟା ଡାକ୍ତର ହରେକୃଷ୍ଣ ରାଉତଙ୍କ ସମେତ କମିଟିର ସମସ୍ତ ସଭ୍ୟାସଭ୍ୟଙ୍କ ଦୀର୍ଘ ୪ ଦିନ ଧରି ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ରଜ ମହୋତ୍ସବ ସଫଳ ହୋଇଥିବାରୁ ଅଞ୍ଚଳରେ ପ୍ରଶଂସିତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମା ତାରିଣୀ ୟୁଥ୍ କ୍ଲବ ଏବଂ ପୋଲିସ ବନ୍ଧୁଙ୍କ ସହଯୋଗ ବାସ୍ତବରେ କମିଟି କେବେବି ଭୁଲି ପାରିବ ନାହିଁ । ଆଗାମୀ ଦିନରେ ଏ ମହୋତ୍ସବ କିପରି ଆହୁରି ଆଗକୁ ଯିବ ସେଥିପାଇଁ ଯାହା ଯାହା ଆବଶ୍ୟକ ନୟାଖଣ୍ଡି ଓ କଇଥଗଡିଆ ସରପଞ୍ଚଙ୍କ ସହିତ କଥାହେବି ଏବଂ ମୋ ଦ୍ବାରା ଯାହା ସମ୍ଭଵ ନିଶ୍ଚିତ ଭାବେ ପ୍ରଦାନ କରି ମହୋତ୍ସବକୁ ବ୍ଲକ ସ୍ତରରୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ ମୋର ପୂର୍ଣ୍ଣ ସହଯୋଗ ରହିବ ବୋଲି ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା… ଆଜି ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ନିମନ୍ତେ ଚୂଡାନ୍ତ ପର୍ଯ୍ୟାୟ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ଜିଲ୍ଲାର କଳା ସଂସ୍କୃତିକୁ ଦିଆଯିବ ଗୁରୁତ୍ବ !

Sunil Chandra Nayak

ଜବାହାର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଘାଟିତ

masiha

Leave a Comment

error: Content is protected !!