ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

ଡାବୁଗାଁରେ ନୂତନ ବନାଞ୍ଚଳ ଅଧିକାରୀ ଙ୍କ ଯୋଗଦାନ 

ଡାବୁଗାଁ, ୧୨/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମାରେ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ରାମ ଚନ୍ଦ୍ର ଭତ୍ରା ଯୋଗଦାନ କରି ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ସେ କୋରାପୁଟ ଜିଲା ମୂଖ୍ୟ କାର୍ଯ୍ୟାଳୟ କାର୍ଯ୍ୟରତ ଥିଲେ । ଆଗାମୀ ଦିନର ଡାବୁଗାଁ ବନାଞ୍ଚଳ ଅଧୀନରେ ଥିବା ବନାଞ୍ଚଳ କିପରି ସୁରକ୍ଷିତ ରହିବ, ତା ପ୍ରତି ଧ୍ୟାନ ଦିଆଯିବ ବୋଲି ମତ ବ୍ୟକ୍ତ କରିଥିଲେ । ପୂର୍ବରୁ ଅସୀତ କୁମାର ସାହୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ତାଙ୍କର ବର୍ତ୍ତମାନ ଝରିଗାଁ ବନାଞ୍ଚଳକୁ ବଦଳି ହୋଇଛନ୍ତି l ନୂତନ ବନାଞ୍ଚଳ ଅଧିକାରୀ ଙ୍କୁ ସମସ୍ତ କର୍ମଚାରୀ ମାନେ ସ୍ଵାଗତ କରିଥିଲେ | ଏହି ସ୍ଵାଗତ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ମୈଦଲପୁର ବନପାଳ ମଧୁସୂଦନ ପାତ୍ର ଓ ଜଟାବାଲ ବନପାଳ ବିଷ୍ଣୁ ବିଶୋଇ, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ମାଝି, ଉମାଶଙ୍କର ମିଶ୍ର, ବସନ୍ତ ନାୟକ, ରିତାରାଣୀ ବିଶ୍ଵାସରାୟ, ସରସ୍ଵତୀ ମେହେର, ମଧୁସ୍ମିତା ତ୍ରିପାଠୀ, ଅନିତା ହିଆଲ ଓ ଶସ୍ମିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଗ୍ରାଣ୍ଡ ମେଡିକାଲ ହଲ ର ୨୫ତମ ପୂର୍ତ୍ତି ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ 

masiha

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

masiha

ଶ୍ରୀ ଗଣେଶ କଲେଜରେ ବିଶ୍ୱ ଏଡ୍ସ ଦିବସ ଓ ନୂତନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!