ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ଗୃହରେ ନାଗସାପ ଓ ଛୁଆ ଉଦ୍ଧାର

ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ଗୃହରେ ନାଗସାପ ଓ ଛୁଆ ଉଦ୍ଧାର

ମୟୂରଭଂଜ – ୮/୦୯ — ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ବାସଗୃହ ରୁ ନାଗ ସାପ ଏବଂ ଛୁଆ ସ୍ନେକ ହେଲପ୍ କର୍ମଚାରୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ଵିଶ୍ବାଳ ଦିର୍ଘ ୩ ମାସ ହେଲା ପ୍ରଶିକ୍ଷଣ ପାଇଁ ଭୁବନେଶ୍ବର ଯାଇଥିଲେ ।ଆସନ୍ତାକାଲି ସେ ନିଜ କାର୍ଯ୍ଯରେ ଯୋଗଦାନ କରିବେ ।ଏଥିପାଇଁ ଆଜି ତହସିଲ ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର ରଞ୍ଜନ ପାତ୍ର,ଏବଂ ସଫେଇ କର୍ମଚାରୀ ତାଙ୍କ ବାସ ଭବନକୁ ଯାଇଥିଲେ । ସଫେଇ କର୍ମଚାରୀ କବାଟ ଖୋଲି ସଫେଇ ପାଇଁ ଉଦ୍ୟମ ହେଉଥିବାବେଳେ ଘର ଭିତରୁ ସୁଁ ସୁଁ ଶବ୍ଦ ଶୁଣି ଡରି ଯାଇଥିଲେ । ପରେ ଡରି ଯାଇ ସ୍ନେହ ହେଲପ୍ ଲାଇନକୁ ଫୋନ କରିଥିଲେ ।ସ୍ନେହ ହେଲପ ଲାଇନ ଚିରଞ୍ଜିବୀ ସିଂ ଘଟଣାସ୍ଥଳରେ ପହଞ୍ଚି ଏକ ନାଗ ସାପ ଏବଂଛୁଆକୁ ଧରି ଦୁବୁଲାଵେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇ ଆସିଥିଲେ ।ଆହୁରି ମଧ୍ୟ ଛୋଟ ସାପ ଛୁଆ ମଧ ଅଛନ୍ତି ବୋଲି ଆଶା କରାଯାଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପାନପୋଷି- ଶିମିଳିନାଳି ର ଶ୍ରୀ ଶ୍ରୀ ଯୋଗେଶ୍ୱର ବାବା ଶୈବପୀଠରେ ଶିମିଳିପାଳ ଗ୍ରୁପ ଇନଷ୍ଟିଚ୍ଯଟ ତରଫରୁ ଶ୍ରଦ୍ଧାଳୁଙ୍କୁ କଞ୍ଚାବୁଟ ଓଦହି ସରବତ ବଣ୍ଟନ 

masiha

ବିଜୁ ଜୟନ୍ତୀ ତଥା ପଂଚାୟତ ରାଜ ଦିବସ ପାଳନ

Sunil Chandra Nayak

ନର୍ଲା ବ୍ଲକ୍ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ – ୨୦୨୫ ଆୟୋଜିତ

masiha

Leave a Comment

error: Content is protected !!