ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

 ନବରଙ୍ଗପୁର:(୧୬|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଚୈତନ ଗୌଡ଼ କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ , ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାଙ୍କ ସରଗି ଗ୍ରାମର ପୀଡିତା ଗତ ୨୫/୦୫/୨୦୨୫ ତାରିଖ ଦିନ ପାପଡାହାଣ୍ଡି ଥାନାରେ କେସ ନମ୍ବର ୧୦୪/୨୫ ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଦୀର୍ଘ ୬ ବର୍ଷ ଧରି ନାନା ପ୍ରକାର ଭାବରେ ପ୍ରଲୋଭିତ କରି ତାଙ୍କ ଗ୍ରାମର ଚୈତନ ଗୌଡ଼ ତାଙ୍କୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଛି l ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଚୈତନ ଗୌଡ଼ କୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ନାଗରିକ ନ୍ୟାୟ ସଂହିତା ର ଧାରା ୬୯ ପ୍ରକାରେ ମାମଲା ରୁଜୁ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା ସିଟି/୨୫ l ଏହି ଘଟଣା ର ସମସ୍ତ ୧୧ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ଅଭିଯୁକ୍ତ ଚୈତନ ଗୌଡ଼ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଉଦଯାପିତ ହେଲା ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡ ପଶୁ ଚିକିତ୍ସାଳୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!