ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଢୁଛି ବାଘ ଭୟ ନାମରେ କୁକୁଆ ଭୟ ଆତଙ୍କିତ ଲୋକ

ବଢୁଛି ବାଘ ଭୟ ନାମରେ କୁକୁଆ ଭୟ ଆତଙ୍କିତ ଲୋକ 

-ମିଳୁନି ବାଘ କେବଳ ଲୋକ ଦେଖାଣିଆଁ ତଦନ୍ତ କରୁଛି ବନ ବିଭାଗ 

କାମାକ୍ଷାନଗର(ମନିସ)28/10/25 — ଢେଙ୍କାନାଳ ବନଖଣ୍ଡ ବାଘ ଭୟ ଏବେ ଢେଙ୍କାନାଳ ସହର ରେ ବାଘ ବୁଲୁଛି ବୋଲି ସୁସିଆଲ ମିଡିଆରେ ଭାଇରଲ ହୋଇଛି। ବନ ବିଭାଗ ଖୋଜି ଖୋଜି ବେଦମ ବାଘର ପତା ପାଉନି ବନ ବିଭାଗ। କେବଳ ପାଦ ଚିହ୍ନ ପାଇ ସ୍ପଷ୍ଟ ରୂପରେ କହିପାରୁନି ବାଘବୋଲି ।ସେହିପରି କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କୀର୍ତ୍ତନପୁର ଗ୍ରାମ ଭଗାମୁଣ୍ଡା ସାହିର କୁଳସନ୍ଧା ଭଣ୍ଡାରିଆ ପାହାଡର, ଦଣ୍ଡାଧର ବାଘର ପାଦ ଚିହ୍ନ ଠାବ ହୋଇଥିବା ଜଣା ପଡିଥିଲା ସେହିପରି ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ମଦରଙ୍ଗାମୁଣ୍ଡା ଜଂଗଲରେ କିଛି ଦିନ ତଳେ ବାଘ ପାଦଚିହ୍ନ ଠାବ ହୋଇଥିଲା ।କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ,କାମାକ୍ଷାନଗର ପୁର୍ବାଞ୍ଚଳରେଞ୍ଜ କାନ୍ତାରି ପାଟ ଜଙ୍ଗଲରେ ବାଘ ଆକ୍ରମଣ ରେ ଗାଈ, ଷଣ୍ଢ ମୃତ୍ୟ ହୋଇଥିବା ନଜିର ରହିଛି। ଏ ଖବର ପ୍ରକଟ ହେବା ପରେ ଲୋକେ ଭୟଭୀତ। ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଅଧିକ ପାଟ୍ରୋଲିଂ କରାଯିବା ପାଇଁ ଦାବି ହେଉଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

Sunil Chandra Nayak

ରାଷ୍ଟ୍ରୀୟ ସେଙ୍ଗେଲ ଅଭିଯାନ ସଭାପତି ସାଲଖାନ ମୁର୍ମୁଙ୍କ ବିରୋଧରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା

masiha

ଛତାମ ମିଶନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!