ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସ କିଛି ଜାଣିବା…..

ନିଷ୍କାମ ଭକ୍ତଙ୍କ ନିକଟରେ ହାରିଗଲା ମୃତ୍ୟୁ

ଆକାଶକ ଜଣେ ନିଷ୍କାମ ଭକ୍ତ ଥିଲେ । ସେ ସ୍ତୁଳ ଶରୀରରେ ବିଶ୍ୱାସ କରିବା ବଦଳରେ ସର୍ବଦା ପ୍ରଭୁ ଭକ୍ତିରେ ଲୀନ ରହୁଥିଲେ । ତାଙ୍କର କୌଣସି ବସ୍ତୁ ପ୍ରତି କାମନା ନଥିଲା କିମ୍ବା ଭୟ ନଥିଲା । ଥରେ ମୃତ୍ୟୁ ତାଙ୍କ ଉପରେ ନିୟନ୍ତ୍ରଣ ସାଵ୍ଯସ୍ତ କରିବା ଲାଗି ଚାହିଁଲା, କିନ୍ତୁ ସେ ନିରାଶ ହୋଇ ଫେରିଗଲା । ମୃତ୍ୟୁ ସିଧାସଳଖ ଯମରାଜାଙ୍କ ପାଖକୁ ଗଲା ଏବଂ କହିଲା – ମୁଁ ଆଜି ପର୍ଯ୍ୟନ୍ତ ଖାଲି ହାତରେ କେବେ ଫେରିନାହିଁ । ଏହି ଦୁନିଆରେ ସମସ୍ତଙ୍କୁ ଦିନେ ନା ଦିନେ ମୃତ୍ୟୁବରଣ କରିବାକୁ ପଡିବ । ତଥାପି ଆକାଶକଙ୍କ ନିକଟରେ ଏପରି କ’ଣ ଅଛି ଯଦ୍ବାରା ସେ ମୋତେ ଡରୁନାହାନ୍ତି । ତା’ର କଥା ଶୁଣି ଯମରାଜ ସ୍ମିତ ହସି କହିଲେ- ଏହି ଦୁନିଆରେ କାମନାଗ୍ରସ୍ତ ଜୀବ ନିଜ ଇନ୍ଦ୍ରିୟ ଲାଳସା ଦ୍ବାରା ପ୍ରେରିତ ହୋଇ ଜୀବନଧାରଣ କରିଥାଏ । କିନ୍ତୁ ଆକାଶକଙ୍କ ମନରେ କୌଣସି କାମନା ନାହିଁ । ଏହି କାରଣରୁ ସେ ସ୍ଥୁଳ ଶରୀର ପ୍ରତି ଗୁରୁତ୍ୱ ଦେଇନାହାନ୍ତି । ସେ ସୂକ୍ଷ୍ମ ଶରୀର ଅର୍ଥାତ୍ ଆତ୍ମାକୁ ଚିହ୍ନି ତାହାରି ସହିତ ବୁଲୁଛନ୍ତି । ତୁମେ ତାଙ୍କର କାମନା ଏବଂ ବାସନାକୁ ଜାଣିନେଲେ ତାଙ୍କୁ ମାରିବାରେ ସଫଳ ହେବ । ଯାଅ ! ସେ ବିଷୟରେ ଜାଣିବାକୁ ପ୍ରୟାସ କର । ମୃତ୍ୟୁ ପୃଥିବୀକୁ ଆସିଲା ଏବଂ ଗୁପ୍ତ ରୂପରେ ଆକାଶକଙ୍କ ସହିତ ରହିଲା । କିନ୍ତୁ ଆକାଶକ ତାକୁ ଖୁବ୍ ସହଜରେ ଚିହ୍ନିନେଲେ । ତେବେ ଏହାର ପ୍ରଭାବ ତାଙ୍କ ଉପରେ ପଡିଲା ନାହିଁ । ସେ ସତ୍ ପ୍ରେରଣା ପ୍ରଦାନ କରି ଭିନ୍ନ ଭିନ୍ନ ସ୍ଥାନରେ ବିଚରଣ କରିବାକୁ ଲାଗିଲେ । ଦିନେ ସେ ବୁଲି ବୁଲି କାଶୀ ରାଜାଙ୍କ ଉଦ୍ଯାନରେ ପହଞ୍ଚିଲେ । କାଶୀ ରାଜାଙ୍କ ନବଯୌବନା କନ୍ୟା ସେହି ସମୟରେ ଉଦ୍ଯାନରେ ନିର୍ମିତ ସରୋବରରେ ସ୍ନାନ କରୁଥିଲେ । ଏହି ଦୃଶ୍ୟ ଦେଖି ଆକାଶକଙ୍କୁ ଉସୁକାଇ ମୃତ୍ୟୁ କହିଲା- ବୈରାଗ୍ୟ ଭାବନା ଛାଡିଦିଅ ଏବଂ ଶରୀର ଧାରଣ କରିନିଅ । ଏହି ସୁନ୍ଦରୀଙ୍କୁ ବରଣ କରି ନିଜ ଜୀବନକୁ ତୃପ୍ତ କର । ଏହାଶୁଣି ଆକାଶକ ହସିଲେ ଏବଂ କହିଲେ- ମୁଁ ଏହାଙ୍କୁ ପିଣ୍ଡ ରୂପେ ସ୍ଥାପିତ ହେବା ଠାରୁ ଆରମ୍ଭ କରି ହାଡ଼ମାଂସର ଶରୀରରେ ବଡ଼ ହେବା ପର୍ଯ୍ୟନ୍ତ ଦେଖିଛି । ଏହି ହାଡ଼ମାଂସ ଶରୀର ଭୋଗ କରି କେହି କ’ଣ କେଵେ ସନ୍ତୁଷ୍ଟ ହୋଇଛି । ମୋର କୌଣସି ଇଚ୍ଛାରେ ବାନ୍ଧି ହୋଇ ଜନ୍ମ-ମୃତ୍ୟୁର ଚକ୍ରରେ ପଡିବାକୁ ଚାହୁଁନାହିଁ । ଏହାଶୁଣି ମୃତ୍ୟୁ ଅବାକ୍ ହୋଇଗଲା । ସେ ଯମରାଜାଙ୍କ ପାଖକୁ ଫେରିଗଲା ଏବଂ କହିଲା- ହେ ଦେବ, ନିଷ୍କାମ ଭକ୍ତକୁ ମୃତ୍ୟୁ କୌଣସି ହାନି ପହଞ୍ଚାଇ ପାରେନାହିଁ । ଆକାଶକ ଶେଷରେ ମୋକ୍ଷ ପ୍ରାପ୍ତ କରି ପରମତତ୍ତ୍ବରେ ବିଲୀନ ହୋଇଗଲେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

ସମ୍ପାଦକ – ମୋ ଅନୁଷ୍ଠାନ

ଆଳଦା, ଖଇରା, ବାଲେଶ୍ବର

Related posts

ପାପଡାହାଣ୍ଡି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନିଅଇଁଠା କେଉଁ ପଦ?

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ନୀଳାଦ୍ରି ବିଜେ 

Sunil Chandra Nayak

Leave a Comment

error: Content is protected !!