ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

 କାମାକ୍ଷାନଗର,  କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ବିଶ୍ୱ ବରା ଦିବସ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ବରା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ଦିନମଣି ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦିବସକୁ ଉଦଘାଟନ କରି ଢେଙ୍କାନାଳ ବରା ଏବେ ବିଶ୍ୱ ପ୍ରସିଦ୍ଧ ହୋଇପାରିଥିବାର ପ୍ରକାଶ କରିଥିଲେ l ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର, ସୋମ୍ୟଜିତ ପାଇକରାୟ, ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ,ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ମଞ୍ଚର ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ସଭାପତି ଜ୍ଞାନରଞ୍ଜନ ମିଶ୍ର, ସଦସ୍ୟ ମଦନମୋହନ ବରାଳ, ପ୍ରମୋଦ କୁମାର ସ୍ୱାଇଁ, ରସାନନ୍ଦ ଦେହୁରୀ, ଜଗନ୍ନାଥ ଗଡ଼ନାୟକ, ପ୍ରଭୁପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର, ଜ୍ୟୋତିରଞ୍ଜନ ସାହୁ, ଧର୍ମାନନ୍ଦ ସେଠି, ବିଷ୍ଣୁପ୍ରସାଦ ସେଠି, ମଧୁସୂଦନ ରାଉତ, ଅରୂପାନନ୍ଦ ବେହେରା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ l

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆନ୍ତୋଦୟ ଦିବସ:ସମ୍ବର୍ଦ୍ଧିତ ହେଲେ କୃଷି,ଶିକ୍ଷା ,ସ୍ବାସ୍ଥ୍ୟ ,ଶିଶୁ ବିକାଶ ବିଭାଗର ଶ୍ରେଷ୍ଠ କର୍ମୀ

masiha

ରାସ୍ତା ମଝିରେ ଗାଡ଼ି ରଖି ଚାଲିଗଲେ ଡ୍ରାଇଭର, ଟ୍ରାଫିକ ଜାମ୍‌ରେ ଲୋକେ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!