ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ପ୍ରଧାନ ଙ୍କ କବିତା ମାଁ

ମାଁ

ମାଈ କୁକୁରାର୍ ପଛେଁ ପଛେଁ ସୁରୁସୁରୁ ଚିଆଁ 

         ଉସତେଁ ବୁଲୁଥିଲେଁ 

ବଢ଼େଟେ ଝୁରି ସାଙ୍ଗେଁ କୁତ୍ରି କୁତ୍ରି ଝୁରି 

         ଗେଲେଁ ଲାଡ଼େଁ ପହଁରୁଥିଲେଁ 

ମାଏଝିଟେ ଯଦି ଖାଖେଁ ଛୁଆ ଧରିଁ 

       ତାର୍ ଥନର୍ ଗୁରସ୍ ପିଅଉଥିଲେଁ 

     ଜନା ପଡ୍ସି କେନ୍ଟା ମାଁ 

ଯାର୍ କିଛି ଆଉର୍ ବିକଳ୍ପ ନାଇଁ ମିଲେ 

         କିନ୍ଦିରି ଆଏଲେଁ ସାରା ଦୁନିଆଁ। 

ମାଁ ଯେନ୍ତା ଦିସୁ ଯେନେ ଥାଉ 

       ଯେନ୍ତା ବି ଥାଉ ତାର୍ ଘର୍ 

ଛୁଆର୍ ଲାଗି ସେ ସମ୍କିରିନୁଁ ଭଲ୍ 

         ଆର୍ ସମ୍କିରିଠାନୁଁ ସୁନ୍ଦର୍ 

ମାଁର୍ ଭାଷା ମାଁର୍ କଥା ବଢ଼ା ମିଠା 

        ଲାଗ୍ସି ବଢ଼ା ଉବାଗର୍ 

   ଛୁଆର୍ ଟୁଣେଁ ଥିସି ତାର୍ ଭାଷା

ଯାହାର୍ ଲାଗି ମାଁ ହିଁ ଏକ୍ଲା ସବୁଠାନୁଁ 

           ବଡ୍ ଭର୍ସା ଆଉର୍ ଆଶା। 

ଟୋକିଓ କି ଲଣ୍ଡନର୍ ରଜାଘରିଆ ମାଁର୍ 

        ହୁରୁଦ୍ ଟା ଛୁଆ ଲାଗିଁ ଯେନ୍ତା 

ସୁନାଗାଜି କି ମାଲିସାହିର୍ ମାଁର୍ ହୁରୁଦ୍ 

          ତାର୍ ଛୁଆ ଲାଗି ହେନ୍ତା 

ଛୁଆର୍ ବୁଆ କିଏ ବଲିଁ ସେ ମାଁ ଟା 

        ନାଇଁ କରିପାରେ ଚିନ୍ତା 

    ତଥାପି ମାଁ ହିଁ ଆଏ ମାଁ 

କେନ୍ ପରିସ୍ଥିତିନ କର୍ଣ୍ଣର୍ କଥାନି 

      କେତେବେଲେଁ ଆଏସି କାଁ ଭାଁ। 

ପୁଥି ଶାସ୍ତର୍ ଠାନୁ ଫେସବୁକ୍ ହ୍ବାଟସେପ୍ ତକ୍ 

           ହେଇଛେ ଯାହା ଲେଖା 

ମାଁର୍ ଠାନୁ ଆର୍ ବଡ୍ ମାହାପୁରୁଟେ 

          କେନ୍ସିଠାନେ ନାଇଁନ ଦେଖା 

ମାଁର୍ ମନ୍ ଭିତର୍କେ ଯିଏ କନ୍ଦେଇନେସି 

          ହଇଯାଏସି ସେ ଭୁଖା 

    ତଥାପି ଖୁଲା ଚାଲିଛେ ବୃଦ୍ଧାଶ୍ରମ୍ 

ଆତ୍ମ ସମିକ୍ଷା କର୍ବାର୍ ସମିଆ ଆଏଜ୍ ଆସିଛେ 

        କିଏ ଧମ୍ କିଏ ଅଧମ୍। 

ଗିଆଁନ୍ ଉପଦେଶ୍ ଭାଷଣବାଜିବାଲା 

        କେତେ ଉସତେଁ କହୁଛେ 

ଚାଲ ଦେଖ୍’ବ ଆମର୍ ଘରେଁ ମୁଇଁ ମୋର୍

      ମାଁକେ ସାଙ୍ଗେଁ ରଖିଛେଁ 

ହେନ୍ତା ନାଇଁ କହି କରିଁ, କହେତା ଯଦି 

        ମୋର୍ ମାଁ ସାଙ୍ଗେଁ ମୁଇଁ ରହୁଛେଁ 

     ମାଁର୍ ମନ୍ ଟା କେନ୍ତା ଲାଗ୍’ତା 

ଛୁଆ ଜନମ୍ କରବାର୍ ସବୁ ଦୁଖ୍ ସତେଁ 

         ମାହାଲିଆ ନାଇଁ ଯାଇଁ ବଲିଁ ଭାବ୍’ତା। 

       

 ଧର୍ମରାଜ ପ୍ରଧାନ 

ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ

 ଝିଲିମିଣ୍ଡା ବ୍ଳକ ଅତାବିରା ଜିଲ୍ଲା-ବରଗଡ

Related posts

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

Sunil Chandra Nayak

ଓଡିଶା ସାମ୍ବାଦିକ ସଙ୍ଘ( ଏସ ୟୁ ଜେ) ନବରଙ୍ଗପୁର ଜିଲ୍ଲା ସଙ୍ଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ଏ.ଆଇ.ଟି.ୟୁ.ସିର ରାଜ୍ୟ ସମ୍ମିଳନୀକୁ ସଫଳ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!