ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

ସିନାପାଲି:୦୫/୦୬- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଥିବା ଜଣାପଡ଼ିଛି ା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶୁକ୍ରବାର କେନ୍ଦ୍ରୀୟ ବିଦ୍ୟାଳୟ ନୂଆପଡ଼ା ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ କାର୍ଯ୍ଯକ୍ରମରେ ରୂପେଶ କୁମାର ମେହେର ଏହି ପୁରସ୍କାର ଗ୍ରହଣ କରିଛନ୍ତି ା କାର୍ଯ୍ଯକ୍ରମର ମୁଖ୍ଯଅତିଥି ଭାବରେ ଜୟ ଢୋଲକିଆ,ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ଜିଲ୍ଲାପାଳ ନୂଆପଡ଼ା,ସମୀର କୁମାର ସାହୁ, ବଳରାମ ମିଶ୍ର, ଅଜିଜ୍ ଖାନ୍, ଲମ୍ବୋଦର ଧାରୁଆ,ନବନିତା ଦାଶ ଯୋଗ ଦେଇ ସମ୍ମାନିତ କରିଥିବା ଜଣା ପଡିଛି |ଆଗାମୀ ଦିନେ ମେହେର ର ଙ୍କ କାର୍ଯ୍ୟ କଳାପ କୁ ଆହୁରି ସୁଦୃଢ ହେଉ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ | ରୁପେଶ ମେହେର ଙ୍କ ଏହି ସଫଳତାରେ ଅଂଚଳରେ ଖୁସି ବ୍ଯକ୍ତ କରାଯିବା ସହ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି ା

Related posts

ନୂତନ ତହସିଲଦାର ଙ୍କ ଯୋଗଦାନ

masiha

ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ମଣଦା ଯୁବ ସଂଗ୍ରାମ କମିଟି ପକ୍ଷରୁ ବିକ୍ଷୋଭ

masiha

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

Sunil Chandra Nayak

Leave a Comment

error: Content is protected !!