ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା

ଚଳିତ ବର୍ଷ ପ୍ରଥମ ଥର ମେ ୧୬ ଓ ୩୦ ତାରିଖ ଚନ୍ଦନ ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସରକାରୀ ଛୁଟି କ୍ୟାଲେଣ୍ଡରରେ ଏହି ଦୁଇ ଦିନ ଛୁଟି ନଥିଲେ ବି ପ୍ରଥମ ଥର ରାଜ୍ୟ ସରକାର ସାବିତ୍ରୀ ଅମାବାସ୍ୟା ଏବଂ ଚନ୍ଦନ ପୂର୍ଣ୍ଣିମା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ଶନିବାର ଏହାର ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଶିକ୍ଷାଦାନ ଗୁରୁତର ପ୍ରଭାବିତ ହୋଇଛି। ପିଲାଙ୍କ କୋର୍ସ ମଧ୍ୟ ପୂରା ହୋଇ ପାରିନଥିଲା। କରୋନା ସଂକ୍ରମଣରେ ସୁଧାର ଆସିବା ପରେ ଚଳିତ ବର୍ଷ ଖରା ଛୁଟି ବାତିଲ୍ କରାଯାଇଛି। ଏହି ସମୟରେ ପାଠପଢାରେ ଘଟିଥିବା କ୍ଷତିର କିଛି ଭରଣା କରିବାକୁ ଚେଷ୍ଟା କରାଯାଇଛି। ସେଥିପାଇଁ ଶିକ୍ଷକମାନଙ୍କ ଧନ୍ୟବାଦ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।  ଏହି ସମୟରେ ଶିକ୍ଷା ମନ୍ତ୍ରୀ ମେ ୧୬ ତାରିଖ ଚନ୍ଦନ ପୂର୍ଣ୍ଣିମା ଏବଂ ମେ ୩୦ ତାରିଖ ସାବିତ୍ରୀ ଅମାବାସ୍ୟା ଯୋଗୁଁ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ମୋ ସ୍ଵପ୍ନ ଓ ଜଣାଣ

Sunil Chandra Nayak

ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

Sunil Chandra Nayak

Leave a Comment

error: Content is protected !!