ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୂର ହେଉନି ରାସ୍ତା ମରାମତି ସମସ୍ୟା, ଲୋକେ ହେଉଛନ୍ତି ହିନସ୍ତା

ଦୂର ହେଉନି ରାସ୍ତା ମରାମତି ସମସ୍ୟା, ଲୋକେ ହେଉଛନ୍ତି ହିନସ୍ତା

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଦୂର ହେଉନି ରାସ୍ତା ନିର୍ମାଣ ଓ ମରାମତି ସମସ୍ୟା । ନିର୍ମାଣ ଓ ମରାମତିରେ ସମୟସୀମା ଥାଏ ହେଲେ ସମୟସୀମା ପୂର୍ବରୁ ରାସ୍ତା ପାଲଟୁଛି ମରଣଯନ୍ତା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୁପାରି-ବର୍ତ୍ତନା-ଆଗରପଡା ମୁଖ୍ୟ ରାସ୍ତାର ବର୍ତ୍ତନା ରୁ ରାମପୁର ମଧ୍ୟରେ । ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଳ୍ପ ଦିନରେ ଖରାପ ହେଉଛି ରାସ୍ତା, ସୃଷ୍ଟି ହେଉଛି ଗର୍ତ୍ତ ଯାହାକି ଯାନବାହନ ଓ ପଥଚାରୀ ମାନଙ୍କ ପାଇଁ ବିପଦର କାରଣ ହେଉଛି । ଏହି ରାସ୍ତା ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଭାରୀଯାନ ଓ ଯାତ୍ରୀବାହୀ ଗାଡ଼ି ଚାଲୁଥିବାରୁ ଯାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି । ବେଳେ ବେଳେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ।

    ସେହିପରି ଆଳଦା-ପଳସା-ଡୁଙ୍ଗୁରା ରାସ୍ତା ମଧ୍ୟ ଶୋଚନୀୟ ହୋଇ ପଡିଛି । ଯେତେ ମରାମତି କଲେ ମଧ୍ୟ ଯେଉଁ ଖରାପ କୁ ସେଇ ଖରାପ । ଠିକାଦାର ଙ୍କ ନିମ୍ନମାନର କାର୍ଯ୍ୟ ତା’ର ଉଦାହରଣ । ତେଣୁ ରାସ୍ତା ନିର୍ମାଣ ଓ ମରାମତି ବାବଦରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା କାହା ପାଇଁ, ଅସାଧୁ ମାନଙ୍କ ପାଇଁ ନୁହେଁ ତ ? ଜନସାଧାରଣ ଙ୍କ ଦାବି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ଓ ଉଚ୍ଚ ମାନର ରାସ୍ତା ନିର୍ମାଣ ଓ ମରାମତି ପାଇଁ ଡବଲ ଇଞ୍ଜିନ ସରକାର ଦୃଷ୍ଟି ଦିଅନ୍ତୁ ନଚେତ୍ ଆଗାମୀ ନିର୍ବାଚନ ରେ ଜନସାଧାରଣ ସରକାରଙ୍କୁ ଜବାବ ଦେବେ ।।

 ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

masiha

ହାଟବାଦଡାରେ ଏସ,ବି,ଆଇ ଏଟିଏମ୍ ଅଚଳ 

masiha

Leave a Comment

error: Content is protected !!