ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି କୋଳରେ ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ

ପ୍ରକୃତି କୋଳରେ ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ

ଢେଙ୍କାନାଳ – ସଦର ବ୍ଲକ ଢେ଼ଙ୍କାନାଳ ସହରରୁ ଦକ୍ଷିଣ ଦିଗରେ ୧୨କିମି ଦୂରରେ ସପ୍ତଶଯ୍ୟା ପାହାଡ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା ପର୍ବତମାଳା ପୌରଣିକ ବର୍ଣନା ଅନୁଯାଇ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ପର୍ବତମାଳରେ ବସବାସ କରୁଥିଲେ। ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ସମର୍ପିତ ରଘୁନାଥ ଜୀଉ ମନ୍ଦିର ରାମ,ଲକ୍ଷ୍ମଣ,ସୀତା ମୃର୍ତ୍ତୀ ସ୍ଥାପନ ହୋଇଛି। ଏହି ମନ୍ଦିରକୁ ଢେଙ୍କାନାଳର ତତ୍କାଳୀନ ରାଜମାତା ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ। ରାମନବମୀ ସମୟରେ (ମାର୍ଚ୍ଚ-ଏପ୍ରିଲ)ରେ ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି। ଏକ କ୍ଷୁଦ୍ର ଝରଣା ଏହି ପ୍ରକୃତିକ ଭିବାବରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ। ଅକ୍ଟୋବରରୁ ମାର୍ଚ୍ଚ ହେଉଛି ପ୍ରକୃଷ୍ଟ ସମୟ ।

ପ୍ରାକୃତିକ ସୈାନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଭରା ସାତଟି ପାହାଡର ମିଶ୍ରଣ ସ୍ଥଳକୁ ସପ୍ତଶଯ୍ୟା କୁହାଯାଏ। ଶଯ୍ୟା ପରି ସାତଟି ପାହାଡର ମିଶ୍ରଣ ହୋଇଥିବାରୁ ଏହି ସ୍ଥାନର ନାମ ସପ୍ତଶଯ୍ୟା ହୋଇଛି। ବାଣୀ, ପାଣି,ଶିଳା,ତଗମରା,ଭୁଆଶୁଣି,ଦେଉଳ ଓ ଅନ୍ତୁଡି ନାମକ ସାତଗୋଟି ପହାଡ଼ କ୍ରମାନ୍ୱୟରେ ରହିଛି। ଏକଦା ଏହା ମୂନୀଋଷିମାନଙ୍କ ସାଧନା ସ୍ଥଳ ଥିଲା। ଏହାର ସକାଳ ଓ ସନ୍ଧ୍ୟା ସମୟର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ଓ ମନଲୋଭା। ସମୁଦ୍ର ପତନଠାରୁ ୯୦୦ ଫୁଟ ଉଚ୍ଚତାରେ ପ୍ରଭୁ ରାମ ସୀତା ଓ ଲକ୍ଷ୍ମଣଙ୍କ ଗୋଟିଏ ମନ୍ଦିର ଅଛି। ମନ୍ଦିର ଠାରୁ ୨୦୦ ମିଟର ଉପରକୁ ଗଲେ ସୀତା ଦେବୀଙ୍କ ଏନ୍ତୁଡିଶାଳ ଅଛି। ଏହି ପାହାଡର ମିଶ୍ରଣ ସ୍ଥଳରେ ସପ୍ତର୍ଷି ନାମକ ଏକ ଆଶ୍ରମ ଅଛି।

ସପ୍ତଶଯ୍ୟା ବିଷୟରେ ଏକ ପୈାରାଣିକ କାହାଣୀ ରହିଛି,ପାଣ୍ଡବଙ୍କ ୧୨ ବର୍ଷ ବନବାସ ମଧ୍ୟରୁ ଏକ ବର୍ଷ ଅଜ୍ଞାତବାସ ଏହିଠାରେ କଟାଇଥିଲେ। ମନ୍ଦିର ଭିତରେ ଶ୍ରୀ ରଘୁନାଥ ଜିଉ ପୂଜା ପାଉଛନ୍ତି। ଏଠାରେ କଳ୍‌କୀ ମନ୍ଦିର ୧୯୮୫ରେ,ଶ୍ରୀ ରାମେଶ୍ୱରମ୍ ଶିବ,ଶ୍ରୀଗଣେଶ ମନ୍ଦିର,ଶ୍ରୀମହାବୀର ମନ୍ଦିର ଓ ନବଗ୍ରହ ମନ୍ଦିର ତିଆରି ହେଲା ୧୯୮୨ରେ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ମନ୍ଦିର ନିର୍ମିତ ହୋଇଥିଲା। ମହାକାଳୀ,ମାତା ସରସ୍ୱତୀ ଓ ଶ୍ରୀ ନୃସିଂହ ମନ୍ଦିର ଗୁଡିକ ପବିତ୍ର ସ୍ଥଳରେ ନିର୍ମିତ ହୋଇଛି। ସଙ୍ଗମ ସ୍ଥଳରୁ ଏକ ସୁନ୍ଦର ଝରଣା ବାହାରି ତଳକୁ ଝରି ଆସିଛି ଯାହାକି ସୌନ୍ଦର୍ଜ୍ୟକୁ ଆଉ ଟିକେ ମନଲୋଭା କରିଥାଏ। ପ୍ରତିବର୍ଷ ଶ୍ରୀରାମ ନବମୀରେ ବିଶ୍ୱଶାନ୍ତି ଯଜ୍ଞ ଓ ରଜ ପର୍ବ ପାଳିତ ହୁଏ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ଗଲା ଜୀବନ

masiha

ପ୍ରାଥମିକ ଶିକ୍ଷକ ସଂଘ (AUPTF) ତରଫରୁ ବିଶ୍ବନାଥପୁରଠାରେ ଜରୁରି ବୈଠକ ଅନୁଷ୍ଠିତ

Sunil Chandra Nayak

ସାପ୍ତାହିକ ନବୀନର ୯୭ ତମ ସ୍ଵନକ୍ଷତ୍ର ଉତ୍ସଵ  ‘ସମ୍ବାଦପତ୍ରର ପରାଧୀନତା ସମାଜ ପାଇଁ କ୍ଷତିକାରକ

Leave a Comment

error: Content is protected !!