ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ଜ୍ୱେଲସ ଦୋକାନୀ ହାତରୁ ଅଳଙ୍କାର ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

ମ. ରାମପୁର, ୧୫/୦୫( ମସୀହା): ଗତ କଲି( ଶନିବାର) ରାତି ପ୍ରାୟ ସାଢେ଼ ଆଠ ଘଣ୍ଟା ସମୟରେ ପୂଜା ଜ୍ୱେଲସ ମାଲିକ ଅନନ୍ତ ଚରଣ ସାହୁ ସ୍ଥାନୀୟ ବସ ଷ୍ଟାଣ୍ଡ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ନିଜ ଦୋକାନ ବନ୍ଦ କରି ସୁନା ରୂପା ଅଳଙ୍କାର ବ୍ୟାଗ ନେଇ ନିକଟ ନିଜ ଘରକୁ ଚାଲି ଯିବା ସମୟରେ ଦୋକାନ ସମ୍ମୁଖରୁ ହିଁ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବ୍ୟାଗକୁ ହାତରୁ ଝାଂପି ନେଇ ଦୃତ ଗତିରେ ଚଂପଟ ମାରିଥିଲେ l ସେମାନେ ଦୃତ ଗତିରେ ଚାରି ଛକ ଦେଇ ଅମାଟ ରାସ୍ତା ପଟକୁ ଯାଇଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି l ଦୋକାନୀଙ୍କ କହିବା ଅନୁଯାୟୀ ପ୍ରାୟ ଚାରି ଲକ୍ଷ ଟଙ୍କାର ସୁନା ଅଳଂକାର ରହିଥିଲା ଉକ୍ତ ବ୍ୟାଗ୍ ରେ l ବିଦ୍ୟୁତ୍ ନଥିବା ହେତୁ ଅନ୍ଧାର ସମୟର ମଉକା ଦେଖି ଲୁଟ କରି ନେବା ପାଇଁ ସୁବିଧା ହେଇଥିଲା ଦୃବୃତ୍ତଙ୍କୁ l ସହରର ମଧ୍ୟ ଭାଗ ବସ୍ତ ଷ୍ଟାଣ୍ଡ ପରିସର ପୁଣି ଲୋକଙ୍କ ଗହଳି ସମୟରେ ଦୁର୍ବୃତ୍ତ ବ୍ୟାଗ ଲୁଟି ନେବା ଘଟଣା ବଡ ଅଶ୍ୱର୍ଯ୍ୟ ଚକିତ କରିଛି l ଅଞ୍ଚକରେ ଏଭଳି ଘଟଣା ପ୍ରଥମ କରି ଘଟିଥିବା ଜଣାଯାଇଛି l ଏଣୁ ପୁଲିସ ସନ୍ଧ୍ୟା ସମୟ ରେ ପାଟ୍ରୋଲିଙ୍ଗ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘ ଙ୍କ ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର

Sunil Chandra Nayak

ଅସହାୟ ପରିବାର ର ସାହାରା ପାଲଟିଲେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ

Sunil Chandra Nayak

Leave a Comment

error: Content is protected !!