ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

ନିମ୍ନମାନର କାମ ବର୍ଷାରେ ଭୁଷୁଡ଼ି ପଡ଼ିଲା ରାସ୍ତାର ସୁରକ୍ଷା ବାଡ଼, ତଦନ୍ତ ପାଇଁ ଦାବି

ଥୁଆମୂଳ ରାମପୁର:୦୫/୦୭ – (ମନିସ):- ନିମ୍ନମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ନବୀକରଣ ଓ ପ୍ରସସ୍ତି ରାସ୍ତା ଗୁଡିକ ଭୂଷୁଡି ପଡୁଥିବା ବେଳେ ଏଥିଉ ସୁରକ୍ଷା ମଧ୍ୟ ଭୂଷୁଡି ପଡିଥିବା ଜଣାପଡିଛି। ଲାଭଖୋର ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଯାହା କାମ ତାହା ଅଳ୍ପଦିନ ମଧ୍ୟରେ ଭୂଷଣ ପଡେ ବୋଲି ଆଲୋଚନା ହେଉଥିବା ବେଳେ ତାହାର ଏକ ଉଦାହରଣ ମିଳିଛି। ହଁ ଆଜ୍ଞା ଆମ୍ଭେ କହୁନାହୁଁ ତାହା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମେରପଦରରୁ ଗୋପୀନାଥପୁରକୁ ସଂଯୋଗ କରୁଥିବା ନବନିର୍ମିତ ଓ ପ୍ରଶସ୍ତୀକରଣ ରାସ୍ତାର ଚିତ୍ର। ଅଡ୍ରୀ ଗ୍ରାମପଞ୍ଚାୟତ ନିକଟକୁ ମୁଖ୍ୟ ରାସ୍ତା ଦଳଗୁଡା ନିକଟରେ ଥିବା ନୂତନ ବ୍ରିଜର ସୁରକ୍ଷା ବାଡ଼ ବର୍ଷାର ପ୍ରକୋପ ଯୋଗୁଁ ତାହା ଭୁଷୁଡ଼ି ପଡ଼ିଥିବା ଜଣାଯାଏ। ଗ୍ରାମବାସୀଙ୍କ ପକ୍ଷରୁ ଏହି ଅଭିଯୋଗ ଅନୁସାରେ, ଉକ୍ତ ରାସ୍ତାର ପ୍ରଶସ୍ତି କରଣ ସହ ବ୍ରିଜ ନିର୍ମାଣ କରାଯାଇଥିବା ସୁରକ୍ଷା ବାଡ ଏବେ ଏବେ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ପ୍ରଥମ ବର୍ଷାରେ ହିଁ ଭୁଷୁଡ଼ି ପଡ଼ିଯାଇଛି। ତେବେ ଏଭଳି କାର୍ଯ୍ୟର ଗୁଣବତ୍ତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହା ନିମ୍ନମାନର ନିର୍ମାଣ ହୋଇଥିବା କାରଣରୁ ଏପରିଣାମ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।

 ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ତଦାରଖରେ ଘୋର ଅବହେଳା କରିଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷତିଗ୍ରସ୍ତ ସ୍ଥାନକୁ ଯଥାଶୀଘ୍ର ମରାମତି କରାଯାଉ ବୋଲି ଦାବି ହେଉଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବଗ ଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ନିବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସୁନ୍ଦରଗଡ଼

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ସପ୍ତମ ଦିନରେ ପହଞ୍ଚିଲା ଧାରଣା , ବଢ଼ିବାରେ ଲାଗିଛି ସମର୍ଥନ , ଧାରଣାରେ ବସିଲେ ଟେଣ୍ଟ ମାଲିକ ସଂଘ ଓ ଉତ୍କଳମଣି ସେବା ସଂଘ 

masiha

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

Leave a Comment

error: Content is protected !!