ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ 

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ 

ରାଉରକେଲା: ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୬ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ସମୟରେ ହିନ୍ଦୀ ଦିବସ ସମାରୋହ ସିଭିକ୍ ସେଣ୍ଟରରେ ଆୟୋଜନ କରିବ ପାଇଁ ସ୍ଥିର କରାଯାଇଛି। ଏତଦୁପଲକ୍ଷେ ସବ୍ ଜୁନିଅର, ଜୁନିଅର ଓ ସିନିଅର ବିଦ୍ୟାର୍ଥୀଙ୍କ ପାଇଁ କ୍ରମଶଃ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୟୀ ପ୍ରତିଯୋଗୀଙ୍କୁ ହିନ୍ଦୀ ଦିବସ ସମାରୋହ ଦିନ ପୁରସ୍କୃତ କରାଯିବ। ୪ ଜଣ ସମ୍ବାଦଦାତାଙ୍କୁ ସମ୍ମାନିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। କାର୍ଯ୍ୟକ୍ରମରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ର ନବମ,ଦଶମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ଯୋଗଦାନ କରିବେ ବୋଲି ସ୍ଥିର କରାଗଲା। ଏହି ବୈଠକରେ ସଂସ୍ଥାନର ପୃଷ୍ଠପୋଷକ ତଥା ଟ୍ରଷ୍ଟି ସୁନୀଲ୍ କୟାଲ୍ ସଭାପତିତ୍ବ କରିଥିଲାବେଳେ ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ ଜଗନ୍ନାଥ ଦାଶ ସ୍ୱାଗତ ଭାଷଣ ସହ ରିପୋର୍ଟ ଉପସ୍ଥାପନ କରିଥିଲେ। ଶେଷରେ ଉପ ସଭାପତି ତଥା ଟ୍ରଷ୍ଟି ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଶରତ ଚନ୍ଦ୍ର ପଣ୍ଡା, ସୁସ୍ମିତା ପାଲ୍ ଓ ମିନ୍ନି ରାୟ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସହଯୋଗରେ ମରାମତି ହେଲା ଫାଟିଯାଇଥିବା ପାଇପ 

Sunil Chandra Nayak

ଚାରବାହାଲ ଠାରେ ରକ୍ତଦାନ ଶିବିର

masiha

ରାୟଗଡ ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!