ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଫ.ଏଫ.ସି.ର “ବନ ମହୋତ୍ସବ” ପାଳନ

ଏଫ.ଏଫ.ସି.ର “ବନ ମହୋତ୍ସବ” ପାଳନ

ୱାକର୍ସ ଇଣ୍ଟରନ୍ୟାସନାଲର ଚାଳିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଥି ସହିତ ସହବନ୍ଧିତ ଫନ୍ ଆଣ୍ଡ ଫିଟନେସ ୱାକର୍ସ କ୍ଲବ ଏନ-୩ ପାର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଭାପତି ସୁଧାକର ଷଡ଼ଙ୍ଗୀ, ସମ୍ପାଦକ ସୌଭାଗ୍ୟ ନାୟକ ଏବଂ କୋଷାଧକ୍ଷ ପ୍ରଦୀପ୍ତ ପଣ୍ଡାଙ୍କ ନେତୃତ୍ୱରେ “ବନ ମହୋତ୍ସବ” ପାଳନ କରିଅଛି। ଓଡିଶାରେ ବିଭିନ୍ନ ପର୍ଯାୟରେ ଫାଇଲିନ, ହୁଡହୁଡ ଓ ଫନି ଭଳି ବାତ୍ୟା ଦ୍ୱାରା ବ୍ୟାପକ ମାତ୍ରାରେ ଗଛ ନଷ୍ଟ ହେବା ସହ ପରିବେଶର କ୍ଷତି ଘଟିଛି। ଏହା ବ୍ୟତୀତ “କରୋନା” ମହାମାରୀ ଦ୍ୱାରା ଅମ୍ଳଜାନ ଅଭାବରୁ ବହୁଲୋକ ମୃତ୍ୟୁ ମୁଖରେ ପଡିଛନ୍ତି। ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ଯାହା ଅମ୍ଳଜାନ ଦେବା ସହ ଆଗାମୀ ପିଢ଼ିକୁ ବିନାଶ ମୁହଁରୁ ରକ୍ଷା କରିପାରିବ।ବିଶେଷ ପଦକ୍ଷେପ ସ୍ୱରୂପ ଆଗାମୀ ଦିନରେ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସ୍ବେଛାସେବୀ ଅନୁଷ୍ଠାନକୁ ବିନା ମୂଲ୍ୟରେ ଏଫ.ଏଫ.ସି. ଚାରା ଯୋଗାଇଦେବ। “ମା’ ଓ ଆଗାମୀ ସନ୍ତାନ ପାଇଁ ଗଛଟିଏ ଲଗାନ୍ତୁ”ର ବାର୍ତ୍ତା ଚାରିଆଡେ ପହଞ୍ଚାଇବାକୁ ଏଫ.ଏଫ.ସି. ନିଜର ଚେଷ୍ଟା ଜାରି ରଖିବ।

ଉପରୋକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଭବାନୀ ପଟ୍ଟନାୟକ, ଉପସଭାପତି ଜୁବୁଲି କାନୁନଗୋ, ପ୍ରାକ୍ତନ ସଭାପତି କେଦାର ପଟ୍ଟନାୟକ, ପ୍ରାକ୍ତନ ସଭାପତି ଆଶିଷ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା, ରିୟା ଖାନ, ପ୍ରଣତୀ ଶତପଥୀ, ସୁମିତ୍ରା ବେହେରା, ମନ୍ଦାକିନୀ ସାହୁ, ଯଶୋଦା ଭଞ୍ଜ, ଆକାଂକ୍ଷା ସାହୁ, ଶିଶିର ଷଡ଼ଙ୍ଗୀ, ପ୍ରଦୀପ ରାଉତ, ଏ ସଲାମ ଖାନ, ପ୍ରଦୀପ ମହାନ୍ତି, ବୈଷ୍ଣବ ଓଝା, ପ୍ରତାପ ରାଉତରାୟ, ସିଦ୍ଧାର୍ଥ ଚୌଧୁରୀ, ସୁକୁମାର ପରିଡା, ପି.ଆର.ଓ. ଅମୀୟ ଶର୍ମା, ବାବୁରାମ ସେଠୀ, ଡମ୍ବରୁଧର ନାୟକ, କପିଳାସ ଏବଂ ମୋହନ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇ ପରିବେଶ ରକ୍ଷା ନିମନ୍ତେ ଗଛ ଲଗାଇବାର ମହତ୍ତ୍ୱକୁ ଦୋହରାଇଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଥୁଆମୁଳ ରାମପୁର ବ୍ଳକ: ଶିକ୍ଷା ବ୍ଯବସ୍ଥା ସୁଧାର ଆସିବ କେବେ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ଜରାଜୀର୍ଣ୍ଣ

Sunil Chandra Nayak

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

ମନରେଗା କାର୍ଯ୍ୟ ରତ ଥିବା ଶ୍ରମିକ ଙ୍କୁ କାର୍ଯ୍ୟରୁ ବାଦ 

Sunil Chandra Nayak

Leave a Comment

error: Content is protected !!