ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

ସକଳ ଘଟେ ନାରାୟଣ 

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ସକଳ ଘଟେ ନାରାୟଣ

ବଦ୍ରିକା ଯିବ କି କାରଣ ll

ତୋଷିବ ଯେବେ ହେ ଜୀବକୁ

ଲଭିବ ପରମ ଗତିକୁ ll

ସମ ଭାବନା ସମାଦର

ପୀରତି ଢାଳି ନିରନ୍ତର ll

ସକଳ ଆତମା ତୃପତ

ଯେ କରେ ଲଭେ ଶାନ୍ତି ଶତ ll

ଈଶ୍ୱର କରୁଣା ଢାଳନ୍ତି

ପ୍ରିୟ ଭକତ ସେ ବୋଲାନ୍ତି ll

ଦୟା ଭାବକୁ ଯେହୁ ଧରି

ପ୍ରାଣୀକୁ ଆପଣାର କରି ll

ଅସହାୟକୁ ସାହା ହୁଏ

ଇଶ୍ଵର କୃପା ସେହୁ ପାଏ ll

ହୁଅନ୍ତି ତୃପତ ଇଶ୍ଵର

ଆଶିଷ ଢାଳି ନିରନ୍ତର ll

ପ୍ରତି ହୃଦରେ ବିଜେ କରି

କରି କରାନ୍ତି ସେ ମୁରାରି ll

ସଦାଚାରରେ ଯେହୁ ରହେ

ତାଙ୍କ ଆଶିଷ ସେହୁ ପାଏ ll

ସେ ନିରାକାର ନାରାୟଣ

ପ୍ରତି ଘଟରେ ଥାନ୍ତି ପୁଣ ll

ତେଣୁ ସଭିଙ୍କୁ କଲେ ତୋଷ

ସେ ହରି ହୁଅନ୍ତି ସନ୍ତୋଷ ll

ତାଙ୍କରି କୃପା ଯିଏ ପାଏ

ସଦ ଭାବନା ତା’ର ଥାଏ ll

ସତ୍ୟ,ଧର୍ମ ଓ କ୍ଷମା, ନ୍ୟାୟ

ପ୍ରେମକୁ କରଇ ପାଥେୟ ll

ଜୀବରେ ଦୟା ଭାବ ବହି

ନାମରେ ବିଶ୍ଵାସ ରଖଇ ll

ସନ୍ତୋଷ କରେ ସବୁ ଚିତ୍ତ

ତାହା ହିଁ ତାହା ପାଇଁ ବିତ୍ତ ll

ସଦା ଆନନ୍ଦ ସିଏ ହୁଏ

ଶେଷେ ବିଭୁଙ୍କ ପାଶେ ଯାଏ ll

ସକଳ ଘଟେ ନାରାୟଣ

ତେଣୁ ହେ ତୀର୍ଥ କି କାରଣ ll

ଫୁଲବାଣୀ, କନ୍ଧମାଳ

Related posts

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ କୋକସରା ବ୍ଲକ କଂଗ୍ରେସ କର୍ମକର୍ତ୍ତା

Sunil Chandra Nayak

ମହାଭାରତ କଥା……..୮

Leave a Comment

error: Content is protected !!