ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍ ଆଘାତରେ ମୃତ୍ୟୁକୁ ନେଇ ଉତ୍ତେଜନା

 ବାଲେଶ୍ବର,୧୯/୫/୨୨- ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ପୁଟୁରା ପଞ୍ଚାୟତର ଚାମ୍ଫଳା ଗ୍ରାମର ମୃତ୍ୟୁଞ୍ଜୟ ଭକ୍ତା(୫୮) ତା ୧୮/୫/୨୨ ରିଇ ସକାଳେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସେଲୁକୁ ନିଆଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି । ତେବେ ପ୍ରାଇଭେଟ୍ ସେଲୋଟି ସେହି ଗ୍ରାମର ଗୌରାଙ୍ଗ ସାମନ୍ତଙ୍କର ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ମୃତ୍ୟୁଞ୍ଜୟଙ୍କ ପରିବାର ଲୋକେ ମୃତଦେହକୁ ନେଇ ସେଲୁ ମାଲିକ ଗୌରାଙ୍ଗ ସାମନ୍ତଙ୍କ ଘର ଆଗରେ ରଖିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା ।

          ସେପଟେ ସିଂଲା ପୋଲିସ ଖବର ପାଇ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ଉପାୟ ଶୂନ୍ୟ ହୋଇ ଜଣେ କନେଷ୍ଟବଳଙ୍କୁ ଜଗାଇଦେଇ ପଳେଇଥିଲେ । କାରଣ ମୃତ ବ୍ୟକ୍ତିଙ୍କ ପରିବାର ତରଫରୁ କୌଣସି ଏତଲା ଦିଆଯାଇନଥିଲା । ଗ୍ରାମବାସୀମାନେ ଘଟଣାର ସମାଧାନ ଗ୍ରାମରେ ଚାହୁଁ ଥିବାରୁ ପୋଲିସ ମଧ୍ୟ ନାଚାର ହୋଇ ଯାଇଥିଲା । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ କୌଣସି ସମାଧାନର ରାସ୍ତା ବାହାରିନଥିବା ଜଣା ପଡିଥିଲା । ସରପଞ୍ଚ ଓ ଗ୍ରାମର ମୁଖିଆଙ୍କ କଥାରୁ ଯାହା ଜଣାଯାଉଛି ଏ ଘଟଣା ଘଟୁଥିବାର କାରଣ ଇଲେକ୍ଟ୍ରି ଡିପାଟମେଣ୍ଟର ଖାମ ଖିଆଲି କାମ ପାଇଁ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚିଲିଚିଲା ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

ନିର୍ଦ୍ୱନ୍ଦ ରେ ଡ଼ହଗାଁ ପେକ୍ସ ଉପ ସଭାପତି ନିର୍ବାଚିତ ହେଲେ ରଶ୍ମିରେଖା ରାଉତ

Leave a Comment

error: Content is protected !!