ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପାଳିତ

ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପାଳିତ

ଜଳେଶ୍ଵର,୨୭/୮(ମନିସ): ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ, ବିଶ୍ୱାସ ଓ ପରସ୍ପର ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନ ପର୍ବ ଅବସରରେ ଜଳେଶ୍ୱର ବ୍ଲକ୍‌ର ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭାବପୂର୍ଣ୍ଣ ପରିବେଶରେ ରକ୍ଷାବନ୍ଧନ ପାଳନ କରାଯାଇଛି।

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗଦର୍ଶନରେ ବିଜେପି ନେତା ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଖୁଆର୍ଡ଼ ଗ୍ରାମପଞ୍ଚାୟତସ୍ଥିତ କେନ୍ଦୁଖୁଣ୍ଟା ସରକାରୀ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସ, ପୁରୁଣାପାଣି ଗ୍ରାମର ‘ପ୍ରୟାସ’ ବରିଷ୍ଠ ନାଗରିକ ଆବାସସ୍ଥଳୀ, ରାଇବଣିଆ ଗ୍ରାମପଞ୍ଚାୟତ ସ୍ଥିତ କବାଟଘାଟୀ ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ, କବାଟଘାଟୀ ସରକାରୀ ଆଶ୍ରମ ବିଦ୍ୟାଳୟ ଏବଂ ସର୍ଦ୍ଦାରବନ୍ଧ ଗ୍ରାମପଞ୍ଚାୟତ ସ୍ଥିତ ସର୍ଦ୍ଦାରବନ୍ଧ ସରକାରୀ ଆଶ୍ରମ ବିଦ୍ୟାଳୟରେ ରକ୍ଷାବନ୍ଧନ ପାଳନ କରାଯାଇଥିଲା।ସାଂସଦଙ୍କ ପକ୍ଷରୁ ପ୍ରେରିତ ରାକ୍ଷୀ, ଲଡ଼ୁ ଓ ଲିଫଲେଟ୍ ବଣ୍ଟନ କରାଯାଇ ଅନ୍ତେବାସୀ ଓ ଛାତ୍ରଛାତ୍ରୀଙ୍କ ସହ ଖୁସି ବାଣ୍ଟିଥିଲେ ବ୍ରଜମୋହନ ପ୍ରଧାନ ଓ ସହଯୋଗୀମାନେ। ଭାଇ-ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇ ଏହି ପବିତ୍ର ପର୍ବକୁ ଆନନ୍ଦ ଓ ଆତ୍ମୀୟତାର ସହ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ନେହ, ସମ୍ପର୍କ ଓ ସାମାଜିକ ଏକତାର ବାର୍ତ୍ତା ଦିଆଯାଇଥିବା ବେଳେ ଉପସ୍ଥିତ ଅନ୍ତେବାସୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ପରିବେଶ ସୃଷ୍ଟି ହୋଇଥିଲା।କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ କାଳିଚରଣ ଦାସ, ରାଇବଣିଆ ମଣ୍ଡଳ ସଭାପତି ସଞ୍ଜୀବ କୁମାର ଜେନା, ଯୁବ ନେତା ରାସବିହାରୀ ରଣା, ତାପସ ରଞ୍ଜନ ପାଣିଗ୍ରାହୀ, ଦିବେନ୍ଦୁ ଦେ, ସୁଜିତ୍ ଦାସ, ସନତ ସାହୁ, ବ୍ରଜକିଶୋର ଗିରି, ଗଣେଶ ସୋରେନ୍, ନେହାର ରଞ୍ଜନ ଦାସ, ଦେବାଶିଷ ମୁର୍ମୁଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର

masiha

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

Sunil Chandra Nayak

ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!