ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟକାମବେଡ଼ା ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ , ନିଶାକୁ ନା, ଜୀବନକୁ ହଁ ର ସଂକଳ୍ପ ନେଲେ ଛାତ୍ରଛାତ୍ରୀ

ମାଟକାମବେଡ଼ା ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ , ନିଶାକୁ ନା, ଜୀବନକୁ ହଁ ର ସଂକଳ୍ପ ନେଲେ ଛାତ୍ରଛାତ୍ରୀ

ବଡ଼ବିଲ : ବଡ଼ବିଲସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଟକାମବେଡ଼ା ପରିସରରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବଡ଼ବିଲ ଥାନା ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ସଂକଳ୍ପ ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବଡ଼ବିଲ ଏସ୍‌ଡିପିଓ ଶ୍ରୀ ଦେବେନ୍ଦ୍ରନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ବିଲ ଥାନା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ଏସ୍‌ଆଇ ଦେବାଶିଷ ରାଉଳ, ଅଧ୍ୟାପକ ନରେଶ ମହାନ୍ତ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଡମ୍ବରୁଧର ମାରାଣ୍ଡି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ସାହୁ ଓ ବରିଷ୍ଠ ଶିକ୍ଷକ ମଙ୍ଗୁଳୁ ନାଏକ ପ୍ରମୁଖ ଯୋଗଦେଇଥିଲେ।

ସଭାକୁ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥି ଓ ଶିକ୍ଷକମାନେ ନିଶାମୁକ୍ତ ସମାଜ ଗଠନ, ନିଶାଦ୍ରବ୍ୟର କୁପ୍ରଭାବ ଏବଂ ନିଶାମୁକ୍ତ ଜୀବନର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ବକ୍ତାମାନେ କହିଥିଲେ, ତମାଖୁ, ଗୁଟଖା, ମଦ, ଗଞ୍ଜେଇ ସମେତ ବିଭିନ୍ନ ମାଦକଦ୍ରବ୍ୟ ମଣିଷର ଶରୀର, ମନ, ପରିବାର ଓ ଭବିଷ୍ୟତ ଉପରେ କୁପ୍ରଭାବ ପକାଇଥାଏ। ବିଶେଷକରି ଛାତ୍ରଜୀବନ ଭବିଷ୍ୟତ ଗଢ଼ିବାର ସମୟ ହୋଇଥିବାରୁ ଏହି ସମୟରେ ନିଶାଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ଭଲ ସାଙ୍ଗସାଥୀଙ୍କ ସହ ରହିବା, ଖେଳକୁଦ, ବ୍ୟାୟାମ, ଯୋଗ, ପାଠପଢ଼ା ଓ ସୃଜନଶୀଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା।

‘ନିଶାକୁ ନା, ଜୀବନକୁ ହଁ’, ‘ମାଦକଦ୍ରବ୍ୟ ଛାଡ଼ିବା—ସୁନ୍ଦର ଭବିଷ୍ୟତ ଗଢ଼ିବା’ ଏବଂ ‘ସୁସ୍ଥ ଯୁବଶକ୍ତି—ସଶକ୍ତ ଭାରତ’ ଭଳି ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ନିଜେ ନିଶାମୁକ୍ତ ରହିବା ସହ ଅନ୍ୟମାନଙ୍କୁ ନିଶାଠାରୁ ଦୂରେଇ ରହିବାକୁ ପ୍ରେରଣା ଦେବା ଏବଂ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟାପିକା ଭାରତୀ ମହାନ୍ତ, ନିର୍ଲିପ୍ତା ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଜିନତ ମହାନ୍ତ, ଉର୍ମିଳା ବିଶ୍ୱାଳ, ଏନ୍‌ସିସି ଅଫିସର ବିନୋଦ ତନ୍ତୀ, ମୀନାରାଣୀ ପ୍ରଧାନ, ବିନୋଦ ଦେହୁରୀ, ଅକ୍ଷୟ ନାଏକ, ନରେନ୍ଦ୍ର ମାଝୀଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ

Sunil Chandra Nayak

ରାଜ୍ୟର ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ଆର୍ଥିକ ସହାୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ସ୍ମାରକପତ୍ର

Sunil Chandra Nayak

ଶିଶୁ ଅନୁକୂଳ ପରିବେଶ ସୃଷ୍ଟିକୁ ତ୍ୱରାନ୍ୱିତ କରିବା ପାଇଁ ‘ନର୍ଚରିଂ ନେବରହୁଡସ୍ ୨.୦’ ଅଧୀନରେ ବହୁ-କ୍ଷେତ୍ରୀୟ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!